ବଜାରକୁ ଗଲେ ସବୁଠୁ ଶସ୍ତା ପରିବା କ’ଣ ଅଛି ତାକୁ ପାଇବାକୁ ଆଖି ଖୋଜି ବୁଲୁଥାଏ

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ଶନିବାର ) ପାଟନା :- ଏହା ପରେ ପୁଣି ସଙ୍ଗେ ସଙ୍ଗେ ପରିବା କିଣିବା ବଦଳରେ କିଛି ସର୍ଭେ କରିବା ପରେ ଯେଉଁଠୁ ସବୁଠୁ ଶସ୍ତାରେ ମିଳେ, ତାକୁ ହିଁ ମନ ଖୁସିରେ ଘରକୁ କିଣି ଆଣିଥାଉ। ହେଲେ ଏପରି ପରିବା ବଜାରରେ ମିଳୁଛି, ଯାହାର କିଲୋ ପ୍ରତି ମୂଲ୍ୟ ହେଉଛି ୧ ଲକ୍ଷ ଟଙ୍କା । ଏହା ଆମେ କେବେ କାନ ଉଠିଲା ଦିନୁ ଶୁଣି ନ ଥିଲେ ବି ଏପରି ପରିବା ଏବେ ଭାରତରେ ଚାଷ ହେଉଛି। ଏହାର ନାମ ହେଉଛି ‘ହପ୍ ସୁଟ୍ସ’। ବିହାରର ଜଣେ ଚାଷୀ ଏହି ପରିବା ଚାଷ କରିଛନ୍ତି ।  ବିହାରର ଔରଙ୍ଗାବାଦ ଜିଲ୍ଲାର ଅମରେଶ ସିଂହ ନାମକ ଯୁବକ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ପ୍ରଶାସନିକ ଅଧିକାରୀ ସୁପ୍ରିୟା ସାହୁ ଏକ ଟୁଇଟ କରି ଅମରେଶଙ୍କ ମହଙ୍ଗା ଚାଷ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ହପ୍ ସୁଟ୍ସ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପରିବା। ଏହାର କିଲୋ ପ୍ରତି ମୂଲ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଭାରତରେ ଏହାକୁ ଅମରେଶ ଚାଷ କରୁଛନ୍ତି ।

ବିହାର ଔରଙ୍ଗାବାଦ ଜିଲ୍ଲାର କରମଡି ଗାଁରେ ଅମରେଶ ସିଂହ ବସବାସ କରନ୍ତି। ଦୁଇମାସ ପୂର୍ବରୁ ‌ସେ ଏହି ଚାରା ବାରଣାସୀସ୍ଥିତ ଆଣି ଲଗାଇଥିଲେ। ଏହି ପରିବା ସାଧାରଣତଃ ବଜାରରେ ଉପଲବ୍ଧ ହୁଏନାହିଁ। ଆଣ୍ଟିବାୟୋଟିକ୍ ଔଷଧ ତିଆରି କରିବା ପାଇଁ ଏହି ପରିବା ବ୍ୟବହାର କରାଯାଏ। ଟିବି ଚିକିତ୍ସା ପାଇଁ ହପ୍ ସୁଟ୍ସରେ ତିଆରି ଔଷଧ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହାର ଫୁଲ ମଦ ତିଆରି ପାଇଁ ବ୍ୟବହାର କରଯାଏ । ବିହାର ଔରଙ୍ଗାବାଦରେ ରହୁଥିବା ଅମରେଶ ସିଂହ ଏକ ସାଧାରଣ ଚା‌ଷୀ । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଅମରେଶ ଚାଷ କରିବା ସହ ଶହେରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ବିୟର ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏହି ଫଳ ବେଶ୍‌ ଉପଯୋଗୀ। ଏଥିରେ ଥିବା ଆଣ୍ଟିଅକ୍ସିଣ୍ଡେନ୍ଟ ଉଜ୍ଜଳ ତ୍ୱଚା ପ୍ରଦାନ କରିଥାଏ । ଏହାକୁ ଅମଳ କରିବା କଷ୍ଟକର ହୋଇଥିବାରୁ ଏହର ଦାର ଖୁବ୍‌ ଅଧିକ। ଏହାକୁ ବାଛିବା ପାଇଁ ଜଣଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ  ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version