ଛୁଟିଦିନ ମାନଙ୍କରେ ମହାନଗର ପାଠାଗାର ଖୋଲା ରଖିବା ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର )ବ୍ରହ୍ମପୁର :- ଛୁଟିଦିନ ମାନଙ୍କରେ ମହାନଗର ପାଠାଗାର ଖୋଲା ରଖିବା ପାଇଁ ଦାବି କରିଛନ୍ତି । ବ୍ରହ୍ମପୁର ମହାନଗରର ବିଭିନ୍ନ ୱାର୍ଡରେ ପାଠାଗାର ମାନ ଖୋଲା ଯାଇଅଛି ଏଥିପାଇଁ ଯେ, ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ସାହିତ୍ୟ ପତ୍ରପତ୍ରିକା ଖବର କାଗଜ ଜଣେ ଗରିବ ନିମ୍ନବର୍ଗର ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ବନ୍ଦଥିବା ଦିନ ସେଠାକୁ ଯାଇ ପଢି ତା’ର ବୌଦ୍ଧିକ ଜ୍ଞାନ ବଢାଇ ପାରିବ । ଏଠାରେ ଦେଖାଦେଇଛି ଯେ, ଯେଉଁଦିନ ସରକାର ଦେଶ ଓ ରାଜ୍ୟରେ ମୁଖ୍ୟ ପର୍ବପର୍ବାଣି ସହିତ ରାଷ୍ଟ୍ରୀୟ ଛୁଟି ଘୋଷଣା କରିଛନ୍ତି ସେହିଦିନ ମାନଙ୍କରେ ହିଁ ପାଠାଗାର ଗୁଡିକ ମଧ୍ୟ ବନ୍ଦ ରହି ଥାଉଛି । ଯାହାଫଳରେ ଯେଉଁ ଉଦେଶ୍ୟ ନେଇ ପାଠାଗାର ଗୁଡିକ ଖୋଲାଯାଇଥିଲା ତାହା ପ୍ରଣୋଦିତ ହେଉ ନାହିଁ  l

ଆଜିକାଲି ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନେ ବହୁ ମାତ୍ରାରେ ପାଠାଗାରକୁ ଯାଉଥିବା ଦେଖିବାକୁ ମିଳୁଛି l ମହାନଗର ନିଗମ ମାସ ଯାକ ପାଇଁ ଖବର କାଗଜ ସମସ୍ତଙ୍କ ଘରେ ପଡି ଥାଉଛି ହେଲେ ତାହା କାର୍ଯ୍ୟରେ ଲାଗୁନାହିଁ । ତେଣୁ କମିଶନରଙ୍କୁ ଅନୁରୋଧ ସମସ୍ତ ଦିନ ମାନଙ୍କ ରେ ପାଠାଗାର ଖୋଲା ରଖିବା ନିମନ୍ତେ ବ୍ୟବସ୍ଥା କରିଯାଉ । ଏବଂ ପାଠାଗାର ସହାୟକ ମାନଙ୍କୁ ଅନ୍ୟ ଦିନରେ ଛୁଟି ଦିଆଯାଉ । ନତୁବା ବିଭିନ୍ନ ପାଠାଗାର ମାନଙ୍କରେ ସ୍ଥାନୀୟ କମିଟି ଗଠନ କରାଯାଇ ସ୍ଥାନୀୟ ଲୋକଙ୍କୁ ଛୁଟିଦିନ ପାଠାଗାର ଖୋଲିବା ଦାଇତ୍ୱ ଦିଆଯାଉ ଯାହାଫଳରେ କେହିହେଲେ ପାଠାଗାରକୁ ଯିବାରେ ବଞ୍ଚିତ ନ ହୁଅନ୍ତୁ ।ଏ ବିଷୟ ନେଇ ବହୁବାର ଆପଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଅଛି ହେଲେ ଆପଣଙ୍କ କାର୍ଯ୍ୟଳୟ ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି । (ରିପୋର୍ଟ : ଶେଷଦେବ ସାହୁ )

Exit mobile version