ଦିବ୍ୟାଙ୍ଗ କଳା ପରିଷଦ ପକ୍ଷରୁ ସାହିତ୍ୟ ଆସର ଓ ସଙ୍ଗୀତ ପରିବେଷଣ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ବୁଗୁଡା : –  ବୁଗୁଡା ବ୍ଲକ୍ ଅନ୍ତର୍ଗତ ପବିତ୍ର ଦେବୀପୀଠ ମା’ ଶାଙ୍କୁଳାଇ ମନ୍ଦିର ପରସରରେ ଓଡିଶା ଦିବ୍ୟାଙ୍ଗ କଳାପରିଷଦ ପକ୍ଷରୁ ଉତ୍କଳ ଦିବସ ଅବସରରେ ସାହିତ୍ୟ ଆସର ସଭାପତି ବବୃବାହନ ସ୍ୱାଇଁଙ୍କ ନେତୃତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ୍ ଓକିଲ ସଂଘର ସଭାପତି ହରପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସୂର୍ଯ୍ୟନାରାୟଣ ମହାରଣା ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ଆଇନଜୀବି ଦିଲୀପ କୁମାର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଭଂଜମାଟି ସଂପାଦକ କାମରାଜୁ ସାହାଣୀ ,

ସମ୍ମାନୀତ ଅତିଥି ଭାବେ ସମାଜସେବୀ ଖଲି ପରିଡା, କବି ପୂର୍ଣ୍ଣ ଚନ୍ଦ୍ର ଭୋଳ, ପ୍ରକୃତି ବନ୍ଧୁ ନିରଞ୍ଜନ ଖାଡଙ୍ଗା, ରତ୍ନାକର ସିୟ, ବୁଲୁ ବେହେରା, ଅଧ୍ୟକ୍ଷ ରତ୍ନାକର ମହାରଣା ପ୍ରମୁଖ ଯୋଗ ଦେଇ ଓଡିଶା ପ୍ରଦେଶ ଗଠନ କରିଯାଇଥିବା ମହାପୁରୁଷମାନଙ୍କ ସଂପର୍କରେ ଆଲୋଚନା କରିଥିଲେ । ସୁରେଶ ଚନ୍ଦ୍ର ବିଷୋୟୀ, ଆଲୋକ ଗୌଡ, କାମେଶ୍ୱର ଆଚାରୀ, ସଦାଶିବ ନାୟକ, ରଂଞ୍ଜନ ସାମନ୍ତରା ସ୍ୱରଚିତ କବିତା ଆବୃତ୍ତି କରିବା ସହ ସହଯୋଗ କରିଥିଲେ । ପରିଶେଷରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଦ୍ୱାରା ଦେଶାତ୍ମକବୋଧ ସଙ୍ଗୀତ ପରିବେଷଣ ଓ ପୁରସ୍କାର ବଣ୍ଟନ କରାଯାଇଥିଲା ।  ( ରିପୋର୍ଟ: ଶେଷଦେବ ସାହୁ )

Exit mobile version