ପାରଳାଖେମୁଣ୍ଡି ସ୍ଥିତ ହିତେଇଶିଣି ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ଓ ହିତେଇଶିଣି ସମାଜ ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ପାରଳାଖେମୁଣ୍ଡି :- ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ’ର ମୁଖ୍ୟ ବିନ୍ଧାଣୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ଜନ୍ମ ମାଟି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତେଇସିଣୀ ସମାଜ ପକ୍ଷରୁ ୮୬ ତମ ଉତ୍କଳ- ଦିବସ ୨୦୨୧ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସର’ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା’ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତେଇସିଣୀ ସମାଜ’ର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାରଳାଖେମୁଣ୍ଡି ଠାରେ ଥିବା ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି’ଙ୍କ ସ୍ମୃତି-ସୌଧ ଓ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରିଥିଲେ । ପରେ ଓଡ଼ିଆ ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତେଇସିଣୀ ସମାଜ’ର ସମ୍ମିଳନୀ କକ୍ଷ ଠାରେ ଉତ୍କଳ

ସମ୍ମିଳନୀ ଏବଂ ଉତ୍କଳ ହିତେଇସିଣୀ ସମାଜ’ର ମିଳିତ’ରେ ୮୬ତମ ଉତ୍କଳ ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉତ୍କଳ ହିତେଇସିଣି ସମାଜ’ର ସଭାପତି ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା’ଙ୍କ ଅଧ୍ୟକ୍ଷତା’ରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ସମେତ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ ବିଚିତ୍ରନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ’ରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ଭୂମିକା , ତାଙ୍କର ଜାତୀୟତା ଓ ଓଡ଼ିଆ ଭାଷା ସ୍ୱାଭିମାନ ଉପରେ ଆଲୋଚନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ କାର୍ଯ୍ୟକ୍ରମ’ରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଶ୍ରୀଭାଗବତ ପାଢ଼ୀ ଯୋଗଦେଇ ଓଡ଼ିଆ ଭାଷା’ର ବହୁଳ ବ୍ୟବହାର ଉପରେ ଆଲୋଚନା କରିଥିଲେ ।

(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version