ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୮୨ ତମଉତ୍କଳ ଦିବସ ମହାସମାରୋହରେ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଓଡ଼ିଶାବାସୀଙ୍କ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ସାରା ରାଜ୍ୟରେ ପାଳିତ ହେଉଛି ଉତ୍କଳ ପ୍ରଦେଶ ଗଠନ ଦିବସ । ଭାରତ ସ୍ବାଧୀନ ହେବାର ବହୁ ପୂର୍ବରୁ ୧୯୩୬ ମସିହା ଏପ୍ରିଲ ମାସର ଏହିପରି ଏକ ଦିନରେ ଇଂରେଜ ଶାସନ ହାତରୁ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି ପ୍ରମୁଖଙ୍କ ଉଦ୍ୟମରେ ଓଡ଼ିଆ ଭାଷାବାଦୀଙ୍କୁ ନେଇ ଗଠିତ ହେଇଥିଲା ଉତ୍କଳ ପ୍ରଦେଶ। ଗଜପତି ଜିଲ୍ଲା ଏହି ଦିନର ବହୁ ଗୁରୁତ୍ବ ବହନ କରୁଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁତ୍ୱସହ ପାଳନ ହୋଇଆସୁଛି ଏହି ଦିବସ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳୁ ସକାଳୁ ପାରଳାଖେମୁଣ୍ଡି ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି, ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଭା ଗୃହରେ ଏକ ସାଧାରଣ ସଭା ଆୟୋଜିତ ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ, ଗଜପତି ବନଖଣ୍ଡ ଅଧିକାରୀ, ଏହି ଦିନ ପାଳନ କରିବାକୁ ସ୍ବତନ୍ତ୍ର ଭାବେ ସରକାରଙ୍କ ପକ୍ଷରୁ ଆସିଥିବା ଆଇପିଏସ୍ ଅଧିକାରୀ ପ୍ରମୁଖ ବହୁ ବୟୋଜ୍ୟେଷ୍ଠ ବୁଦ୍ଧିଜୀବି ସମେତ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିବା କାରାଯାଇଛି । ଏହି ଦିବସ ଅବସରରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଟାଉନ ହଲ ଠାରେ ରକ୍ତଦାନ ଶିବିର ତଥା ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version