ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ନୂଆଦିଲ୍ଲୀ :- ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ”ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।”

ଏହି ଅବସରରେ ସଚିନ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟର ୧୦ମ ବାର୍ଷିକୀ ପାଇଁ ସବୁ ଭାରତୀୟ ସହିତ ଭାରତୀୟ କ୍ରିକେଟ ଟିମ୍‌କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ ହେବା ପରେ ଗତ ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ୪୭ ବର୍ଷୀୟ ସଚିନ୍। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହ ସେ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିଲେ ।

Exit mobile version