ଓଡ଼ିଶା ଦିବସ ଅବସରରେ ; ନବଜ୍ୟୋତି ଯୁବକ ସଂଘ ପକ୍ଷରୁ : ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କଲେ –  ସାଂସଦ ଶ୍ରୀ ମହେଶ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ଢେଙ୍କାନାଳ :-  ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ସଦାଶିବପୁର ଗ୍ରାମ ପଞ୍ଚାୟତର ସୁଧାଡିହକାଟେଣୀ ଗ୍ରାମର ନବଜ୍ୟୋତି ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାନ ଏକ ମହତ୍ ଦାନ ବୋଲି ସଂଘର ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

ଅଂଚଳର ଉଦୀୟମାନ ଯୁବକ ସୁମନ୍ତ କୁମାର ଜେନା ୩୯ ଓ ରାକେଶ ସ୍ଵାଇଁ ୭ ଥର ରକ୍ତଦାନ କରିଥିବା ବେଳେ ସରିତା ସାହୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବାରୁ ସାଂସଦ ଭୂୟସୀ ପ୍ରଶଂସା କରିଥିଲେ । ଏହା ସହ କିଛି ଯୁବକ ଯୁବତୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ରାଜ୍ୟରେ ମହାମାରୀ କରୋନା ସାଂପ୍ରତିକ ପରିସ୍ଥିତିରେ ଏଭଳି ମହତ୍ଵ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଏହି ରକ୍ତଦାନ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ସଦାଶିବପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଇଶ୍ୱର ଚନ୍ଦ୍ର ରାଉତ, ଯୁବକ ସଂଘ ସଭାପତି ଜିତେନ୍ଦ୍ର ରାଉତ, ସଂପାଦକ ଜୟନ୍ତ ଜେନାଙ୍କ ସମେତ ନବଜ୍ୟୋତି ଯୁବକ ସଂଘର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ) 

Exit mobile version