ପାଇକମାଲ ମଣ୍ତଳ ପରିବର୍ଦ୍ଧିତ କାର୍ଯ୍ଯକାରିଣୀର ପ୍ରଥମ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ପଦ୍ମପୁର :- ଭାରତୀୟ ଜନତା ପାର୍ଟି,ପାଇକମାଲ ମଣ୍ତଳର ପ୍ରଥମ କାର୍ଯ୍ଯ କାରିଣୀ ବୈଠକ ସ୍ଥାନୀୟ ନୃସିଂନାଥ ସ୍ଥିତ IOCL ଗେଷ୍ଟ ହାଉସ ଠାରେ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,

ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁଙ୍କ ସମେତ କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ, ପାଇକମାଲ ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀ,ହରିଜନ ମୋର୍ଚ୍ଚା ସଭାପତି ଚକାନନ ସେଠ,ଆଦିବାସୀ ମୋର୍ଚ୍ଚା ସଭାପତି ଯଦୁମଣି ଭୋଇ ମଞ୍ଚାସୀନ ଥିଲେ । ସଭା ଆରମ୍ଭ ରେ ଦୀପ ପ୍ରଜ୍ମଳନ ସହ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ବକ୍ତା ମାନେ ସାଗଠନିକ କାର୍ଯ୍ଯକ୍ରମ,

ପଞ୍ଚାୟତ ନିର୍ବାଚନ,ସ୍ଥାନୀୟ ସମସ୍ଯାର ସମାଧାନ ପାଇଁ କାର୍ଯ୍ଯକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ମଣ୍ତଳ ସାଧାରଣ ସଂପାଦକ ଇନ୍ଦ୍ରଜିତ ଭୋଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଯୋଗେନ୍ଦ୍ର ଭୋଇ ପ୍ରସ୍ତାବ କୁ ସମର୍ଥନ କରିଥିଲେ । ଶେଷରେ ଅନ୍ଯତମ ସାଧାରଣ ସଂପାଦକ ପିତବାସ ସାହୁଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭାପତି ସଭାକାର୍ଯ୍ଯ ଶେଷ କରିବାକୁ ଅନୁମତି ଦେଇଥିଲେ ।  (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version