ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 17.2.2020 :- ବିପର୍ଯ୍ୟୟ ପରିଚାଳନା, ଦାରିଦ୍ର୍ୟ ଦୂରୀକରଣ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କର ଅଭିଭାଷଣ ଜନିତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଓ ସମାଲୋଚନାର ଉତର ଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ଗତ ୨୦ ବର୍ଷ ମଧ୍ୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆମେ କାର୍ଯ୍ୟକାରୀ କରିଛୁ । ଓଡ଼ିଶା ଏକମାତ୍ର ରାଜ୍ୟ ଚାଷୀ ମାନଙ୍କର ଆୟକୁ ଦ୍ୱିଗୁଣିତ କରିପାରିଛି । ବିଗତ ୧୦ ବର୍ଷ ମଧ୍ୟରେ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ଦୂରୀକରଣରୁ ମୁକ୍ତ କରିଛୁ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ କାଳିଆ ଯୋଜନା ଦେଶ ପାଇଁ ଏକ ମଡ଼େଲ ହୋଇଛି । ୫୦ ଲକ୍ଷ ଛୋଟ ଓ ମଧ୍ୟମ ଚାଷୀଙ୍କ ସମେତ ୨୫ ଲକ୍ଷ ଭୂମିହୀନ ଲୋକଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ନାଗରିକ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବିଭିନ୍ନ ମେଡ଼କାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ମେଲେରିଆ ରୋଗକୁ ନିୟବଣ କରାଯାଇଛି ପାରିଛି । ଡବ୍ଲଏଚଓ ଏହାକୁ ସ୍ୱୀକୃତି ଦେଇଛି । ମହିଳା ମାନଙ୍କୁ ସଶକ୍ତ କରିବାର ଲକ୍ଷ ନେଇ ସେମାନଙ୍କ ପାଇଁ ମିଶନଶକ୍ତି ଯୋଜନା କରାଯାଇଛି । ମମତା ଯୋଜନାରେ ୪୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ସହରାଂଚଳରେ ପ୍ରତ୍ୟେକ ଘରକୁ ଉନ୍ନତମାନର ପାନୀୟଜଳ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷ ହୋଇଛି । ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଅଭିଭାଷଣ ପୁସ୍ତିକାରେ ରାଜ୍ୟ ସରକାରଙ୍କର ସଫଳତା କାହାଣୀ ଉଲ୍ଲେଖ ରହିଛି । ବାସ୍ତବ ଚିତ୍ର ନାହିଁ । ୨୦୦୬ ମସିହାରେ ରାଜ୍ୟପାଳଙ୍କ ମୁହଁରେ ସରକାର ୩୫ ପ୍ରତିଶତ ଜଳସେଚନ ହେବ ବୋଲି କହିଥିଲେ । ୫ ବର୍ଷ ପରେ ରାଜ୍ୟପାଳଙ୍କ ଅଭିଭାଷଣରେ ତାହା ରହିଲା ନାହିଁ । ୨୦୦୮ରେ ଜଳସେଚନ ହୋଇପାରିନଥିବା ଗ୍ରାମକୁ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଥିଲେ । ମାତ୍ର ତାହା ଦିଆଗଲା ନାହିଁ । ଅର୍ଥମବୀଙ୍କ ଜିଲ୍ଲାରେ ୯୫ ପ୍ରତିଶତ ଜଳସେଚନ ହୋଇଛି ବୋଲି ଯାହା କୁହାଯାଇଛି ତାହା ମିଥ୍ୟା । ସବୁ ଘରକୁ ପାନୀୟ ଜଳ ଦେବା ପାଇଁ ଘୋଷଣା କରାଯାଇଥିଲେ ହେଁ ତାହା ମଧ୍ୟ ହେଲା ନାହିଁ । ଚାଷୀମାନଙ୍କର ଆୟ ଦୁଇଗୁଣ କରାଯିବ ଯାହା କୁହାଯାଇଛି ତାହା କରାଯାଇ ପାରିଲା ନାହିଁ । କାଳିଆ ଯୋଜନାରେ ୫ ହଜାର ଟଙ୍କା ଦେବେ ବୋଲି କହିଥିଲେ ହେଁ ତାହା ଚାଷୀର ଖର୍ଚ୍ଚକୁ ମେଂଟାଇ ପାରୁନାହିଁ । ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ । ମିଲରମାନେ ମଣ୍ଡିକୁ ନ ଯିବାପାଇଁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଥିଲେ ହେଁ ତାଙ୍କ ବିନା ଧାନ କ୍ରୟ କରାଯାଉନାହିଁ । ଶାସକ ଦଳ ପକ୍ଷରୁ ଆଲୋଚନା ଆରମ୍ଭ କରି ବିଧାୟକ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ, କାଳିଆ ଯୋଜନା ଏକ ଐତିହାସିକ ଯୋଜନା । ଆୟ ବଢ଼େଇବା, ଜଳସେଚନ ବୃଦ୍ଧି କରିବା, ପାନୀୟ ଜଳ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ସ୍କିମ୍ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା, ଶିଳ୍ପକରଣ କାର୍ଯ୍ୟକ୍ରମକୁ ଆଗେଇନେବାରେ ଗୁରୁତ୍ୱ ଦିଆଯାଇଛି । ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କହିଲେ ଯେ, ଜଗନ୍ନାଥଙ୍କର ଆଦିକ୍ଷେତ୍ର କଂଟିଲୋର ନୀଳମାଧବଙ୍କର ମନ୍ଦିରକୁ ଅନୁଦାନ ଦେବା ଦାବି କରିଥିଲା ବେଳେ ପ୍ରତି ଜିଲ୍ଲାରେ ସାଇବର ପୋଲିସ ଷ୍ଟେସନ ସ୍ଥାପନ କରିବା ପାଇଁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବୀ ରଂଜନ ତ୍ରିପାଠୀ, ଲତିକା ପ୍ରଧାନ କହିଥିଲେ ଯେ, ଓଡ଼ିଶାକୁ ଏ ସରକାର କ୍ଷୁଧାମୁକ୍ତ କରିଛି । ପରାମର୍ଶଭିତିକ ପ୍ରଶାସନ ହୋଇଛି । ବିକାଶ ପାଇଁ ନିରନ୍ତର କାମ ଚାଲିଛି । ଚାଷୀ ମାନଙ୍କର ଆୟ ବୃଦ୍ଧି ପାଇଁ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ଧାନର ଅଭାବୀ ଦର ରୋକିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା କହିଲେ ଯେ, ରାଜ୍ୟପାଳଙ୍କ ଅଭିଭାଷଣ ପୁସ୍ତିକାରେ ଯାହା ଉଲ୍ଲେଖ କରାଯାଇଛି ତାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରିଛି । ନିର୍ବାଚନକୁ ଦୃଷ୍ଟିରେ ରଖି କାଳିଆ ଯୋଜନା କରାଯାଇଥିଲା । ସରକାର ବହୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ବିଧାୟକ ତାରାବାହିନୀପତି କହିଲେ ଯେ, ରାଜ୍ୟରେ ଦାଦନ ସଂଖ୍ୟା ବୃଦ୍ଧି, ବେକାରୀ ସମସ୍ୟା ଉତ୍କଟ ହୋଇଛି । ଯୋଜନା ପରେ ଯୋଜନା ତିଆରି ହେଉଛି ମାତ୍ର ତାହା ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଶିକ୍ଷକ ଓ ଡାକ୍ତର ନାହାନ୍ତି, ଆଳୁ, ପିଆଜ ନୀତି ବିଫଳ ହୋଇଛି । ବ୍ୟାଙ୍କ, ଡକାୟତି, ଲୁଟ୍, ଆଦିବାସୀ ଝିଅଙ୍କୁ ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି । ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ୫-ଓ ଓ ମୋ ସରକାର ବିରୋଧି ଦଳ ମନରେ ଭୟ ସୃଷ୍ଟି କରିଛି । ସବୁ ଧର୍ମର ଅନୁଷ୍ଠାନ ଗୁଡ଼ିକୁ ସମ୍ମାନୀତ ଦିଆଯାଉଛି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ, ଏସଏସଜି ମାନେ ଋଣ ପାଇ ପାରୁ ନାହାନ୍ତି । ମା ଭଉଣୀମାନେ ଅନ୍ୟାୟର ଶୀକାର ହେଉଛନ୍ତି ।
ଦିଗୁଣ ବଢ଼ିଛି ଚାଷୀଙ୍କ ଆୟ : ମୁଖ୍ୟମନ୍ତ୍ରୀ

- Categories: Uncategorized, ଓଡ଼ିଶା, ହୋମ୍
Related Content
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
by
Proprietor Abhimanyu Maharana
September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ
by
Proprietor Abhimanyu Maharana
September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ
by
Proprietor Abhimanyu Maharana
September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
by
Proprietor Abhimanyu Maharana
September 6, 2026
ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ
by
Proprietor Abhimanyu Maharana
September 6, 2026
୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ
by
Proprietor Abhimanyu Maharana
September 6, 2026