୮୬ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) କଟକ :- ଓଡ଼ିଶା ପୋଲିସର ରାଜ୍ୟ ସ୍ତରୀୟ ୮୬ ତମ ପ୍ରତିଷ୍ଠା ଦିବସ ଗୁରୁବାର ପୁର୍ବାହ୍ନରେ କଟକ ସ୍ଥିତ  ଷଷ୍ଠ ବାଟାଲିୟନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉସ୍ଚବରେ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ,  ଆୟୋଜିତ ପ୍ୟାରେଡ଼ରେ ଅଭବାଦାନ ଗ୍ରହଣ କରିଥିଲେ । 

ଡିଜିପି ଅଭୟ ପ୍ରଥମେ ନକ୍ସଲଙ୍କ ସହ ଲଢ଼େଇ କରି ଶହୀଦ ହୋଇଥିବା  ବୀର ପୋଲସ କର୍ମଚାରୀ ଏବଂ କୋଭିଡ଼ ସମୟରେ କାର୍ଯ୍ୟ କରି ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉପାନ୍ତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବାରେ ଓଡ଼ିଶା ପୋଲିସର କାର୍ଯ୍ୟ ବେଶ ଉଚ୍ଚ କୋଟିର । ଏହା ସହିତ ଓଡିଶା ପୋଲିସ ଚୋରା ମାଦକ ଦ୍ରବ୍ଯ କାରବାରକୁ ରୋକିବାରେ ସଫଳତା ହାସଲ କରିଛି । ସେହି ପରି  ଚୋରା ଗଞ୍ଜେଇଏବଂ ବ୍ରାଉନସୁଗାର ଧରିବାରେ  ରେକର୍ଡ ସୃଷ୍ଟି କରିଛି ବୋଲି  ଡିଜିପି ଅଭୟ କହିଥିଲେ ।

ଏହି ଅବସରରେ    ଡିଜିପି   ଅଭୟ ପୋଲିସ  ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେତେକ ପୋଲିସ ଅଧିକାରୀ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ପୋଲିସ ଚାକିରୀ ରୁ ଅବସର ନେଇଥିବା କେତେକ ଅଧିକାରୀଙ୍କୁ ଡିଜିପି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।  (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version