ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 16.2.2020 :- ପ୍ରତ୍ୟେକ ଭାରତୀୟଙ୍କୁ ଶୁଦ୍ଧ ଜଳ ଓ ଶୁଦ୍ଧ ବାୟୁ ଯୋଗାଇଦେଇ ସେମାନଙ୍କୁ ସୁସ୍ଥ ରଖିବା ଦିଗରେ ଲିଭ୍ପିୟୋର୍ରେ ଆମେ ପ୍ରୟାସ କରୁଛୁ । ବିଗତ ବହୁବର୍ଷ ଧରି ଆମେ ସର୍ବାଧୁନିକ ଉଦ୍ଭାବନ, ଷ୍ଟାଇଲିଶ ଉତ୍ପାଦ ଏବଂ ସମର୍ଥ ସେବା ଭିତ୍ତିଭୂମି ଯୋଗାଇଦେଇ ଆମେ ନିଜକୁ ଅଗ୍ରଣୀ ବିଶ୍ୱସ୍ତ ଜଳ ଓ ବାୟୁ ବିଶୋଧନକାରୀ ବ୍ରାଣ୍ଡ୍ ଭାବେ ଉପସ୍ଥାପିତ କରିପାରିଛୁ । ଆମେ ସମସ୍ତେ ଜାଣୁ ଯେ ସମଗ୍ର ବିଶ୍ୱ ସ୍ମାର୍ଟଫୋନ, ସ୍ମାର୍ଟ ହୋମ୍, ସ୍ମାର୍ଟ କିଚେନ ଏବଂ ସ୍ମାର୍ଟ ବାଥ୍ରୁମ ଏବଂ ସର୍ବୋପରି ସ୍ମାର୍ଟ ଜୀବନ ବଞ୍ଚିବା ଆଡକୁ ଅଗ୍ରସର ହେଉଛି । ତେଣୁ କେବଳ ସବୁକିଛି ସ୍ମାର୍ଟ ଭାବରେ କରିବାକୁ ଲିଭ୍ପିୟୋର ନିଷ୍ପତ୍ତି ନେଇଛି । ଏହା ହେକା ପ୍ରଯୁକ୍ତିକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ ବାସ୍ତବ ସ୍ମାର୍ଟ ଏୟାର କଣ୍ଡିସନର ଏବଂ ଏୟାର କୁଲର୍ ପ୍ରଚଳନ କରିଛି । ବ୍ୟବସାୟିକ କାର୍ଯ୍ୟକଳାପକୁ ସଂପ୍ରସାରିତ କରିବା ଚିନ୍ତାଧାରା ନେଇ ବ୍ରାଣ୍ଡ୍ ପକ୍ଷରୁ ଆଜି ଡିଲର୍ସ ମିଟ୍ ଆୟୋଜନ କରାଯାଇଛି । ଲିଭ୍ପିୟୋର ସ୍ମାର୍ଟ କୁଲର୍ରେ ସର୍ବାଧୁନିକ ପ୍ରଯୁକ୍ତିକୌଶଳର ବ୍ୟବହାର କରାଯାଇଛି, ଯଦ୍ଦ୍ୱାରା ଏହି ଶ୍ରେଣୀରେ ସର୍ବୋତ୍ତମ ୪୫୦୦ ସିଏମ୍ଏଚ ଏୟାର ଡେଲିଭରି ଏବଂ ୧୧ ମିଟର ପର୍ଯ୍ୟନ୍ତ ଏୟାର ଥ୍ରୋ କରାଯାଇପାରିବ ଏବଂ ତାହା ଦ୍ରୁତତମ କୁଲିଂ ପ୍ରଦାନ ସହିତ ସଫଳତାର ସହିତ ବୃହତ୍ତର ଅଞ୍ଚଳକୁ ଶୀତଳ ରଖିପାରିବ । ଏହା ନିରନ୍ତର ଭାବେ ତାପମାତ୍ରା ଓ କୋଠରୀ ଭିତର ଆର୍ଦ୍ରତାକୁ ପରିମାପ କରିବା ସହିତ ଆବଶ୍ୟକସ୍ଥଳେ ସର୍କୁଲେସନ ପମ୍ପ୍କୁ କାର୍ଯ୍ୟକ୍ଷମ କରିଥାଏ । ଏହାଦ୍ୱାରା ଜଳର ସର୍ବୋତ୍ତମ ବ୍ୟବହାର ସହିତ କୁଲିଂ ପ୍ରଦାନ କରିଥାଏ । ଏଥିରେ ୨୦% ପର୍ଯ୍ୟନ୍ତ ଜଳ ସଂଚୟ ହୋଇଥାଏ । ଲିଭ୍ପିୟୋର ସ୍ମାର୍ଟ କୁଲର ବ୍ରିଜିଓ ସିରିଜ, ବ୍ରିଓ ସିରିଜ୍, ସେନ୍ସି କୁଲ୍ ଏବଂ ଚିଲ୍ ସିରିଜ ଆଦି ବର୍ଗରେ ଆସୁଛି ଏବଂ ଏହାର ମୂଲ୍ୟ ୧୨୯୯୦ ଟଙ୍କାରୁ ଆରମ୍ଭ ହେଉଛି । ହେକା ଦ୍ୱାରା ସଂଚାଳିତ ଲାଇଭ୍ପିୟୋର ସ୍ମାର୍ଟ ଏୟାର କଣ୍ଡିସନର ୱାଇ-ଫାଇରେ କାର୍ଯ୍ୟକରେ । ଏହା ତାହାର ବ୍ୟବହାର ଶୈଳୀକୁ ବୁଝିବା ସହିତ ପ୍ରତି ଘଂଟାରେ ବାହ୍ୟ ତାପମାତ୍ରା ସଂପର୍କରେ ବାସ୍ତବିକ ସମୟର ତଥ୍ୟ ସଂଗ୍ରହ କରି ସ୍ଥିରିକୃତ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରେ ଏବଂ କଂପ୍ରେସର୍ର ସର୍ବାଧିକ ଉପଯୋଗ କରି ୪୦% ପର୍ଯ୍ୟନ୍ତ ଶକ୍ତି ସଂଚୟ କରିଥାଏ । ଏକ ସରଳ ଏବଂ ଆନ୍ତଃ ଯୋଗସୂତ୍ରରକ୍ଷାକାରୀ ମୋବାଇଲ ଆପ୍ଲିକେସନ ଜରିଆରେ ଉପଭୋକ୍ତା ସେମାନଙ୍କର ମୋବାଇଲକୁ ଏକ ରିମୋଟରେ ପରିଣତ କରିପାରିବେ ଏବଂ ଯେକୌଣସି ସ୍ଥାନରୁ ଏୟାର କଣ୍ଡିସନରକୁ ନିୟବଣ କରିପାରିବେ । ଆମାଜନ୍ ଆଲେକ୍ସା ସହିତ ଅନୁକୂଳ ସଂଯୋଗିକରଣ ଦ୍ୱାରା ବ୍ୟବହାରକାରୀ ଭଏସ୍ କମାଣ୍ଡ ଜରିଆରେ ଏୟାର କଣ୍ଡିସନରକୁ ବିନା ପରିଶ୍ରମରେ ପରିଚାଳନା କରିପାରିବେ । ଲାଇଭ୍ପିୟୋର ସ୍ମାର୍ଟ ଏସିର ଅନ୍ୟଏକ ବୈଶିଷ୍ଟ୍ୟ ହେଉଛି, ଜିଓ ଫେନ୍ସ ଭିତ୍ତିକ ଅଟୋମେସନ; ଯାହା ବ୍ୟବହାରକାରୀଙ୍କୁ ଘରେ ପହଞ୍ଚିବା ପୂର୍ବରୁ ସ୍ୱୟଂକ୍ରିୟ ଭାବେ ଏୟାର କଣ୍ଡିସନର୍କୁ ସ୍ୱିଚଅନ୍ କରିବା ଅଥବା ସେମାନେ ଘରୁ ଦୂରରେ ଥିବାବେଳେ ତାହାକୁ ସ୍ୱିଚଅଫ୍ କରିବା ସୁଯୋଗ ଦେଇଥାଏ (ପୂର୍ବଧାର୍ଯ୍ୟ ଦୂରତା ମଧ୍ୟରେ) । ଏଥିରେ ହେକା’ର ଆଇ-ଚିହ୍ନଟକାରୀ ସାମର୍ଥ୍ୟ ଖଞ୍ଜାଯାଇଛି ଯାହା କୌଣସି ସେବାଗତ ତ୍ରୁଟିକୁ ଠାବ କରିବା ସହିତ ସର୍ଭିସ ଟିମ୍କୁ ଆପେଆପେ ଅବଗତ କରାଏ । ବ୍ୟବହାରକାରୀ ସକ୍ରିୟ ସେବା ଉପଲ୨ କରିବାକୁ ସେମାନଙ୍କ ସୁବିଧା ଅନଯାୟୀ ଏହାର ସର୍ଭିସ ସମୟସୂଚୀକୁ ମୋବାଇଲ ଆପ୍ଲିକେସନ ଜରିଆରେ ସ୍ଥିର କରିପାରିବେ । ଏହି ଉତ୍ପାଦ ୧.୫ ଟନ୍ ତିନି ତାରକା ବିଶିଷ୍ଟ ସ୍ମାର୍ଟ ୱିଣ୍ଡୋ ଏସି ନିମନ୍ତେ ୩୪,୯୯୦ ଟଙ୍କା, ୧.୫ ଟନ୍ ତିନି ତାରକା ବିଶିଷ୍ଟ ସ୍ମାର୍ଟ ଇନଭର୍ଟର ସ୍ପ୍ଲିଟ୍ ଏସି ନିମନ୍ତେ ୫୯,୯୯୦ ଟଙ୍କା ଏବଂ ୧.୫ ଟନ୍ ୫ ତାରକା ବିଶିଷ୍ଟ ଇନଭର୍ଟର ସ୍ପ୍ଲିଟ୍ ଏସି ନିମନ୍ତେ ୬୯,୯୯୦ ଟଙ୍କାରୁ ଆରମ୍ଭକରି ବିଭିନ୍ନ ମୂଲ୍ୟବର୍ଗରେ ଉପଲ୨ ହେଉଛି । ସମସ୍ତ ଉତ୍ପାଦରେ ପାଟେଂଟ କରାଯାଇଥିବା ଇଜିଏପିଏ ଫିଲ୍ଟର ଖଂଜାଯାଇଛି, ଯାହା ସକ୍ରିୟ କାର୍ବନରୁ ତିଆରି ଏବଂ ଏହା ଧୂଳି, ଫୁଲର ପରାଗ ରେଣୁ, ଧୂଆଁ, ଆମୋନିଆ ଏବଂ ଓଜୋନ୍ ଆଦି ଦୂର କରିବା ସହିତ ଆଲର୍ଜି ସୃଷ୍ଟି କରୁଥିବା କବକ, ଜୀବାଣୁ, ଭୁତାଣୁ ଆଦିକୁ ବିନାଶ କରିଥାଏ । ତାହାସହିତ ଏହା ବାୟୁକୁ ପ୍ରଶ୍ୱାସରେ ନେବାପାଇଁ ସ୍ୱାସ୍ଥ୍ୟକର ଓ ଶୁଦ୍ଧ କରିଥାଏ । ଇଜିଏପିଏ ମଧ୍ୟ ଅମ୍ଳୀୟ, ପ୍ରଦୂଷିତ ଏବଂ ରୁଗ୍ଣ ବାୟୁକୁ ଶୁଦ୍ଧ କରିବାରେ ସହାୟକ ହୋଇଥାଏ । ଉତ୍ପାଦର ବଜାର ପ୍ରବେଶ ଅବସରରେ ପ୍ରକାଶକରି ଲିଭ୍ପିୟୋର୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନବନୀତ କପୁର କହିଛନ୍ତି, “ସଂପ୍ରତି ବଜାରରେ ଯାହା ବିକ୍ରି ହେଉଛି ସେଗୁଡିକ ଉପଭୋକ୍ତାମାନଙ୍କୁ କିଛି ଅର୍ଥପୂର୍ଣ୍ଣ ଯୋଗାଇ ଦେଉନାହିଁ । ତାହା ଲକ୍ଷ୍ୟ କରିବାପରେ ଆମେ ସ୍ମାର୍ଟ ଏୟାର କୁଲର ଏବଂ ସ୍ମାର୍ଟ ଏୟାର କଣ୍ଡିସନର ପ୍ରସ୍ତୁତ କରୁଛୁ ଏବଂ ଆମର ଭିନ୍ନ ଆଭିମୁଖ୍ୟକୁ ନେଇ ଆମେ ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ଆଶା ରଖିଛୁ । ଆମେ ବ୍ୟାପକ ବଜାରକୁ ଲକ୍ଷ୍ୟ ରଖିନାହୁଁ ।” “ପରିଶେଷରେ ପୂର୍ଣ୍ଣାଙ୍ଗ ସ୍ମାର୍ଟହୋମ୍ ସଲ୍ୟୁସନ୍ସ ଯୋଗାଇବା ନେଇ କମ୍ପାନୀର ଲକ୍ଷୃ ସହିତ ଏହି ପ୍ରୟାସର ତାଳମେଳ ରହିଛି । ଚଳିବର୍ଷ ପରବର୍ତ୍ତୀ ଭାଗରେ ଆମେ ବିଚାରବନ୍ତ ଉପଭୋକ୍ତାଙ୍କ ପାଇଁ ଆମର ସ୍ମାର୍ଟ ହୋମ୍ ପ୍ଲାଟଫର୍ମରେ ଅଧିକ ସେବା ଓ ଉପକରଣ ଯୋଗ କରିବୁ” ବୋଲି ସେ ଉଲ୍ଲେଖ କରିଥିଲେ । ଲିଭ୍ପିୟୋର୍ର ଅଭିବୃଦ୍ଧି ଘଟିବାରେ ଲାଗିଛି ଏବଂ ସଂପ୍ରତି ଏହାର ୪୦୦ ସର୍ଭିସ ସେଂଟର, ୧୨୦୦ ସେବାଯୋଗାଣକାରୀ ଲୋକଶକ୍ତି, ୫୦୦ରୁ ଅଧିକ ବିତରକ ରହିଛନ୍ତି । ଲିଭ୍ପିୟୋରର ଉପସ୍ଥିତି ଦେଶର ୨୨ଟି ରାଜ୍ୟରେ ରହିଛି ଏବଂ ଏହା ୧୪୦୦୦ରୁ ଅଧିକ ଆଉଟ୍ଲେଟ୍ରେ ଉପଲ୨ ହେଉଛି ।
ହେକା ପ୍ରଯୁକ୍ତିକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ ଟ୍ରୁ’ଲି ସ୍ମାର୍ଟ ଏୟାରକଣ୍ଡିସନର ଏବଂ ଏୟାର କୁଲର ସହିତ ଲିଭପିୟୋର୍ ନୂଆ ଉତ୍ପାଦ ପ୍ରବେଶ କଲା

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
by
Proprietor Abhimanyu Maharana
September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ
by
Proprietor Abhimanyu Maharana
September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ
by
Proprietor Abhimanyu Maharana
September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
by
Proprietor Abhimanyu Maharana
September 6, 2026
ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ
by
Proprietor Abhimanyu Maharana
September 6, 2026
୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ
by
Proprietor Abhimanyu Maharana
September 6, 2026