‘ସ୍ମୃ୍ମତିଲିପି’ ସାହିତ୍ୟ ପତ୍ରିକାର ରଜତ ଜୟନ୍ତୀ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ହଳଦିଗଡିଆ ସ୍ଥିତ ସତ୍ୟନାରୋୟଣ ପାଠାଗାରରୁ ପ୍ରକାଶ ପାଉଥିବା ତୈୟମାସିକ ସାହିତ୍ୟ ପତ୍ରିକା ‘ସ୍ମୃତିଲିପି’ର ରଜତ ଜୟନ୍ତୀ ଉତ୍ସବ, ପୁସ୍ତକ ଉନ୍ମୋଚନ ସହ ସାରସ୍ୱତ ସ ମ୍ବର୍ଦ୍ଧନାପର୍ବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବର ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ଡକ୍ଟର ସୁଚେତା ରାଉତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦଘାଟକ ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଯୋଗଦେଇଥିଲା ବେଳେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକଡେମୀ ପୁସ୍କାରପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ସ୧ାନିତ ଅତିଥିଭାବେ ଡାକ୍ତର ପ୍ରଶାନ୍ତକୁମାର ବିଶ୍ୱାଳ, ବାହାଦୁର ପା…ସାହାଣୀ, ଅଧ୍ୟାପିକା ଡ. ମାନସୀ କର ପ୍ରମୁଖ ଯୋଗ ଦେଇ ଆଜି ସମାଜରେ କିପରି ଭଲ ରୁଚି ସମ୍ପନ୍ନ କବିତା ରଚନା କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

ଅନୁଷ୍ଠିତ କବିତା ପାଠୋତ୍ସବରେ ବିଜୟଲକ୍ଷ୍ମୀ ସାହୁ, ଡ. ଦେବୀପ୍ରସାଦ ମହାପାତ୍ର ଓ ସସ୍ମିତା ସାହୁଙ୍କ ସଂଯୋଜନାରେ କବି ବିଜୟାଲକ୍ଷ୍ମୀ ମହାପାତ୍ର, ଇଂ. ପ୍ରତାପ କିଶୋର ନାୟକ, ସରୋଜ ବିଶ୍ୱାଳ, ଡକ୍ଟର କୁମାର ବାବୁଲି, ରୁଦ୍ରନାରାୟଣ ଦାଶ, ସରିତା ପା…ସାହାଣୀ, ସବିତା ରଥ, ପଦ୍ମଲୋଚନ ଜେନା, ଶ୍ୟାମାକିଙ୍କର ମହାନ୍ତି, ପ୍ରଫୁଲ୍ଲ ମହାଳିକ୍‌, ରେଣୁବାଳା ଦଳାଇ, ପ୍ରମୋଦାମଞ୍ଜରୀ ବଳ, ମନୋରମା ସାହୁ, ନିରଞ୍ଜନ ସାହୁ, ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ଇତିଶ୍ରୀ ପତି, ସସ୍ମିତା ମହାପାତ୍ର ପ୍ରମୁଖ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସମ୍ବର୍ଦ୍ଧନା ପର୍ବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ସ୍ମୃତିଲିପି ସଭାପତି ଜୟକୃ୩⁄୪ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପୂର୍ବତନମବ ଡ. ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ, ବରେଣ୍ୟ ଅତିଥି ପଦ୍ମଶ୍ରୀ ଡ. ରଜତ କୁମାର କର ଓ ବରିଷ୍ଠ ସାହିତ୍ୟିକ ବିଜୟ କୁମାର ନାୟକ, ସ୧ାନିତ ଅତିଥି ଧରଣୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ପଦ୍ମାକର ଗୁରୁ ପ୍ରଦାନ ଅତିଥିପରିଚୟ କରିଥିବାବେଳେ ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୟାନିଧି ନାୟକ ସ୍ୱାଗତ ଭାଷଣ ଓ ପତ୍ରିକାର ସମ୍ପାଦକ ଭୁବନ ମୋହନ ମହାନ୍ତି ବିବରଣୀ ପ୍ରଦାନ କରଇଥିଲେ । ଏହି ଅବସରରେ ସ୍ମୃତିଲିପିର ରଜତ ଜୟନ୍ତୀ ବିଶେଷାଙ୍କ ଓ କବି ନାରାୟଣ ମହାଳିକଙ୍କର କବିତା ସଂକଳନ ‘ନର୍କ ନିର୍ମାଲ୍ୟ’କୁ ଅତଥିଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ଏହି ଅବସରରେ ‘ସ୍ମୃତିଲିପି ରଜତ ଜୟନ୍ତୀ ପ୍ରତିଭା ସ୧ାନ’ ପ୍ରଣତୀ ପ୍ରତିନନ୍ଦା ନାୟକ, ଗୌରାଂଗକୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଶାନ୍ତିଲତା ପଲେଇ, କମଳିନୀ ଦେବୀ, ରୀତା ମିଶ୍ର, କୁଳମଣି ସାହୁ, ନୃସିଂହାନନ୍ଦ ମହାପାତ୍ର, ବିଣାପାଣୀ ଚୌଧୁରୀ, ଲୋକନାଥ ମହାପାତ୍ର, ଡ. ଅଂଶୁମାନ ମିଶ୍ର, ଡ. ଦିପ୍ତୀମୟୀ ବେହେରା, ମନିଷା ରାୟ, ପ୍ରଶାନ୍ତ ମହାପାତ୍ର, ନିର୍ମଳକୁମାର ବିଶ୍ୱାଳ, ରାଜଲକ୍ଷ୍ମୀ ପାତ୍ର, ଫଜରୁଲ ରେହମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥିବା ବେଳେ, ‘ସ୍ମୃତିଲିପି’ ମାଧ୍ୟମରେ ପ୍ରଦତ ‘ଅବ୍‌ଦୁଲ ସତାର ସ୍ମୃତିସ୧ାନ’ ଡ. ବୈଜୟନ୍ତୀ ମିଶ୍ର , ‘ଆଇନ୍‌ଜୀବୀ ପ୍ରଫୁଲକୁମାର ଧଳ ସ୍ମୃତିସ୧ାନ’ ଡ. ମନୋରଞ୍ଜନ ମହାନ୍ତ, ‘ରଜନୀ ମିଶ୍ର ସ୍ମୃତି ସ୧ାନ’ ସଦାଶିବ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ, ‘ରାମଚନ୍ଦ୍ର ବିଶ୍ୱାଳ ସ୍ମୃତିସ୧ାନ’ ଡ. ଚିତରଞ୍ଜନ ମହାନ୍ତି, ‘ସରୋଜିନୀ ମହାନ୍ତି ସ୍ମୃତିସ୧ାନ’ ଜୟନ୍ତୀ ପଢିଆରୀଙ୍କୁ ପ୍ରଦାନ କରାଯାଇଥିଲା ।

ସ୍ମୃତିଲିପିର ସ୍ୱତବ ପ୍ରତିଭା ସ୧ାନ-୨୦୨୦ ଉଦୟ ନାରାୟଣ ଚଇନି, କବି ମମତାଜ୍ ଅଲ୍ଲୀ, ସାମ୍ବାଦିକ ମଳୟ କୁମାର ମଲ୍ଲିକ୍‌, ଚୌଧୁରୀ ବରଦା ପ୍ରସନ୍ନ ଦାସ, ରୁମ୍‌ରୁମ୍ ନାୟକ, ଡକ୍ଟର ମଞ୍ଜୁର ଅଲ୍ଲୀ, ମନୋଜ କୁମାର ରାଉତ, ଡାକ୍ତର ରବିନାରାୟଣ ସେନାପତି, ଅଧ୍ୟାପିକା ରୀନା ମହାପାତ୍ର, ଡ. ଅଶୋକକୁମାର ସିଂହ, କାନନବାଳା ପ…ନାୟକ, ଆରତୀ ମହାନ୍ତି, ସୁଶାନ୍ତକୁମାର ନାୟକ, ନିରଞ୍ଜନ ଗୁରୁ, ନାରାୟଣ ମହାଳିକ ପ୍ରମୁଖଙ୍କୁ ସ୍ମୃତିଲିପି ସ୍ୱତବ ପ୍ରତିଭା ସ୧ାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା ସଂଚାଳନା କରିଥିଲା ବେଳେ ପ୍ରାରମ୍ଭରେ ସୁଶ୍ରୀ ଦିବ୍ୟା ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଯୁବକ୍ମି କର୍ତିକ ସାହୁ, କାନନବାଳା ପଟ୍ଟନାୟକ, ଆରତୀ ମହାନ୍ତି, ମନୋଜ କୁମାର ରୀଉତ, ନିରଞ୍ଜନ ଗୁରୁ ପ୍ରମୁଖ ସହଯୋଗ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version