ରଣପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା : 366 କେଜି ଗଞ୍ଜେଇ ଜବତ – 6 ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ରଣପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ରଣପୁର ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳି ଥିଲା l ଏ ନେଇ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିର୍ଦ୍ଦେଶରେ ଏ.ଏସ. ଆଇ. ପ୍ରୀତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସୂଚନା ଅନୁଯାୟୀ ପୋଲିସ ପ୍ରସ୍ତୁତ ରହିଥିଲା l

ସନ୍ଧ୍ୟା ସାଢେ ଛଅ ଟା ବେଳେ ରଣପୁର ଥାନା କୋଟଗଡ଼ ଘାଟି ଠାରେ ଚଢ଼ାଉ କରି ଏକ ଟ୍ରକରୁ 366 ଗଞ୍ଜେଇ ଜବତ କରାଯାଇଥିଲା ଏବଂ 6 ଜଣଙ୍କୁ ଗିରଫ କରାଯାଇଥିଲା l ଗିରଫ ବ୍ୟକ୍ତି ମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଡା ଗ୍ରାମର କାଳନ୍ଦି ଚରଣ ରଣା, ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଗୁଣ୍ଠୁଣି ପବିତ୍ର ନାୟକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଟୀକାତାଳ ଗ୍ରାମର ନାରାୟଣ ପରିଡା, ଗଞ୍ଜାମ ଜିଲ୍ଲା ତାରେସେଣି ଥାନା ଅନ୍ତର୍ଗତ ଉଲୁଦନା ଗ୍ରାମର ଭିକାରି ସେଠି l,

ଉତ୍ତରପ୍ରଦେଶ ରାଜ୍ୟର ବନାରସ ଜିଲ୍ଲା ଚୋଲାପୁର ଥାନା ଅନ୍ତର୍ଗତ ନିଆୟାର ଗ୍ରାମର ବିନୟ କୁମାର ଏବଂ ଅଜୋରପତି ଗ୍ରାମର ଅମରେଶ କୁମାର ବୋଲି ଜଣା ପଡିଛି l ସେମାଙ୍କୁ କୋର୍ଟ ଚାଲାଣ କରାଯାଇଛି l  

Exit mobile version