ପଦ୍ମପୁର ବ୍ଲକ ଡଙ୍ଗାଘାଟ ପଞ୍ଚାୟତ ରେ ଦୁର୍ନିତି ର ସୀମା ଟପି ଗଲାଣି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର ) ପଦ୍ମପୁର  :- ଏଠାରେ କାର୍ଯ୍ୟ କରୁଥିବା ପଞ୍ଚାୟତ ଅଧିକାରୀ ନିରଞ୍ଜନ ସାହୁ ୧୫ ବର୍ଷରୁ ଉର୍ଦ୍ଧ ଦୁଇଟି ପଞ୍ଚାୟତ ରେ କାର୍ଯ୍ୟ କରୁଛନ୍ତି ଆଜି ପର୍ଯ୍ୟନ୍ତ ତାକୁ ଅନ୍ୟ ଜାଗା କୁ ବଦଳି କରାଯାଇ ନାହିଁ । ବର୍ତ୍ତମାନ ରାଜ୍ୟ ସରକାର ପଞ୍ଚାୟତ ର ବିକାଶ ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏଭଲି ଲାଞ୍ଚୁଆ କୋଟି ପତି ଅଧିକାରୀ ମାନଙ୍କର ପାଇଁ ସରକାରଙ୍କର କୋଟି କୋଟି ଟଂକା ପାଣି ରେ ମିଶି ଯାଉଛି,ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରା ଶୁଣୁ ନାହାନ୍ତି ଗତ କିଛି ଦିନ ତଲେ ଡଂଗାଘାଟ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜିଆରଏସ ମହାଲିଙ୍ଗ କୁ ଇଓ ସାହୁ ଏବଂ ଯୋଗାଣ ସହାୟକ

ସହିତ ଜାଣିଶୁଣି ନିଜ ଦୋଷକୁ ଢାଙ୍କିବା ପାଇଁ ପିଡି ଅଫିସ ର କିଛି କର୍ମଚାରୀ ସହିତ ମିଶି ତାଙ୍କ ନାମ ରେ ମିଥ୍ୟା ତଥ୍ୟ ଦେଇ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ଏହି କାର୍ଯ୍ୟ ରେ ଜାଣିଶୁଣି ବିଡିଓ ସାହଯ୍ୟ କରିଛନ୍ତି,ଏହି ପଞ୍ଚାୟତ ର ସମସ୍ତ ଦୁର୍ନିତି ପାଇଁ ବିଡିଓ ଦାୟି ଅଟନ୍ତି,ଏଣୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ଶୁଣୁ ନାହାନ୍ତି ରାଜ୍ୟ ରେ କିପରି “ମୋ ସରକାର” କାର୍ଯ୍ୟକାରୀ କରୁଛି ତାହା ଅନୁମାନ କଲେ ଜଣା ପଡ଼ୁଛି ଏଣୁ ଆଗାମୀ ଦିନ ରେ ଡଂଗାଘାଟ ପଞ୍ଚାୟତ ର ସମସ୍ତ ଫାଇଲ ଯାଞ୍ଚ ହୋଇପାରୁଛି କି ନାଇ ଏବଂ ଏପରି ଲାଞ୍ଚୁଆ ଅଧିକାରୀ କୁ ରାଜ୍ୟ ସରକାର ପୁରଷ୍କାର ସ୍ବରୂପ ପଦୋନ୍ନତି ଦେଉଛନ୍ତି କି ଦଣ୍ଡ ବିଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version