ଉତ୍କଳ ଦିବସର ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନକରିବା ପାଇଁ ନିବେଦନ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) କଟକ :-  ବିଶ୍ବ ଓଡ଼ିଆ ସମ୍ମିଳନୀ ଏବଂ ନୀଳଶୈଳ ପକ୍ଷରୁ ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପ୍ରତିଯୋଗିତା ଚାଲିଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଶତାଧିକ ଭିଡିଓ ଆସିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି କରୋନା କଟକଣା ମଧ୍ୟରେ ଘରେରହି “ଉତ୍କଳ ଦିବସ” ଅବସରରେ ଓଡ଼ିଶାର ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନକରି ଉତ୍କଳ ଦିବସ ପାଳନ କରିବା ପାଇଁ ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ତା ୦୧/୦୪/୨୦୨୧ ସନ୍ଧ୍ୟା ୫ ଘଟିକା ସମୟରେ ସମସ୍ତ ଓଡ଼ିଆ ଯିଏ ଯେଉଁଠି ଥିଲେବି ଓଡ଼ିଶା ମାଆକୁ ସମ୍ମାନ ଜଣାଇ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରିବା ପାଇଁ ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆଙ୍କୁ “ନୀଳଶୈଳ” ଏବଂ “ବିଶ୍ବ ଓଡ଼ିଆ ସମ୍ମିଳନୀ” ପକ୍ଷରୁ ଡକ୍ଟର ମୁରଲୀ ମନୋହର ଶର୍ମା , ଆଡଭୋକେଟ ଧରଣୀଧର ନାୟକ , ବିଭୁ ପ୍ରସାଦ ନାୟକ , ସୌମ୍ୟ ଶଙ୍କର ରାଜ , ଦିଲ୍ଲୀପ ମହାପାତ୍ର , ଶକ୍ତି ଶଙ୍କର ରାଜ ଏବଂ ସବିତା ମହାନ୍ତି ପ୍ରମୁଖ ବିନମ୍ର ନିବେଦନ କରିଛନ୍ତି ।(ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ)

Exit mobile version