ହୋଲି ସୃଷ୍ଟି କଲା ଭାଇଚାରା

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ମାର୍ଚ୍ଚ,ମଙ୍ଗଳବାର ) ହିଞ୍ଜିଳିକାଟୁ :- ପାରମ୍ପରିକ ହିନ୍ଦୁ ତଥା ରଙ୍ଗର ପର୍ବ ହୋଲି ସୋମବାର ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଲୋକେ ରଙ୍ଗ ବୋଳାବୋଳି ହୋଇ ଅବାଳ ବୃଦ୍ଧ ବନିତା ନାଚ ଗୀତରେ ମସଗୁଲ ହୋଇଥିଲେ । ଫଳରେ ଏଠାରେ ଏକ ନିଆରା ପରିବେଷ ସୃଷ୍ଟି ହୋଇଥିଲା । ସବୁ ବର୍ଗର ଲୋକ ଛୋଟ ବଡ଼ ଧନୀ, ଗରିବ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଯାଇଥିବାରୁ ଭାଇଚାରା ସୃଷ୍ଟି ହୋଇଥିଲା । ସ୍ଥାନୀୟ ସହର ସମତେ ନିକଟବର୍ତି ଗ୍ରାମାଂଚଳର ଛୋଟ ଛୋଟ ପିଲାମାନେ ମଧ୍ୟ ,ହୋଲିର ମଜା ଉଠାଇଥିଲେ ।

ଫଗୁ ରଙ୍ଗରେ ରଙ୍ଗାୟିତ ହୋଇ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରିବା ସହ ମିଠା ଖୁଆଇ ହୋଲିର ଶୁଭେଛା ଜଣାଇଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ୨ୟ ଲହରୀ ଦେଖା ଦେଇଥିବାରୁ ପ୍ରଶାସନ ପକ୍ଷରୁ ଘର ମଧ୍ୟରେ ହୋଲି ଖେଳିାବକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ପ୍ରଶାସନର କରୋନା କଟକଣାକୁ ଭୃକ୍ଷେପ ନକରି ଲୋକେ ସାଙ୍ଗସାଥୀ ମେଳରେ ହୋଲି ପର୍ବକୁ ମହାଆଡ଼ମ୍ବର ସହକାରେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି (ରିପୋର୍ଟ – ସୁଶାନ୍ତ ପ୍ରଧାନ )

Exit mobile version