କଳା କୃଷି ବିଲକୁ ବିରୋଧ, ନର୍ଲା ବ୍ଳକ କଂଗ୍ରେସ କମିଟିର ପଦଯାତ୍ରା ଓ ସାଧାରଣ ସଭା

ଓଡ଼ିଶା ତାଜା ନ୍ୟୁଜ (୩୦ ମାର୍ଚ୍ଚ ମଙ୍ଗଳବାର) କଳାହାଣ୍ଡି :- ବ୍ଳକ କଂଗ୍ରେସ କମିଟି ନର୍ଲା ତରଫରୁ କଳା କୃଷି ବିଲକୁ ବିରୋଧ କରି ବାଲିପଡା ଠାରୁ ତୁଲାପଡା ଯାଏଁ ଏକ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦ ( ବିଟୁ)ଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଦେଇ କଟୁ ସମାଲୋଚନା କରିଥିଲେ।ତୁଲାପଡା ଆମ୍ବ ତୋଟାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ,

ରାଜ୍ୟ ଯୁବ କଂଗ୍ରେସ ସଭାପତି ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ହୁସେନ, ଆଦିବାସୀ ନେତା ପରମାନନ୍ଦ ମାଝୀ, ବିଶିଷ୍ଟ ଚାଷୀ ଗୁଣନିଧି ପ୍ରଧାନ, କଂଗ୍ରେସ ସେବା ଦଳ ସଭାପତି ସୁଦାମ ଚରଣ ପ୍ରଧାନ, ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ନବୀନ ପଧାନ, ଲୋକନାଥ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଦଳର ଶୃଙ୍ଖଳିତ କର୍ମୀ ମାନଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version