ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ଚାମ୍ପିୟାନ ଆଖ୍ୟା ଅର୍ଜନ କଲା ଚେରମାରିଆ ଡ଼ିଲିସିଅସ କ୍ରିକେଟ କ୍ଳବ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ମାର୍ଚ୍ଚ,ମଙ୍ଗଳବାର ) ହିଞ୍ଜିଳିକାଟୁ :-  ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉଦଯାପନି ଦିବସରେ ଆସିକା ପାୱାର କ୍ରିକେଟ କ୍ଳବକୁ ୪ୱିକେଟରେ ହରାଇ ଡ଼ିଲିସିଅସ କ୍ରିକେଟ କ୍ଳବ, ଚେରମାରିଆ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟସ୍ ଜିତି ପାୱାର କ୍ରିକେଟ କ୍ଳବ (ଆସିକା )ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ମୂଲ୍ୟବାନ ୱିକେଟ ହରାଇ ୧୭୭ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୁନିଲ ପାଣିଗ୍ରାହୀ ୪୯ ବଲରୁ ୧୦ଟି ଚୌକା ଓ ୩ଟି ବିଶାଳ ଛକା ସହାୟତାରେ ୮୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ଡ଼ିଲିସିଅସ କ୍ରିକେଟ କ୍ଳବ, ଚେରମାରିଆ ୧୯.୧ ଓଭରରେ ୬ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲେ ।

ଫଳରେ ଡ଼ିଲିସିଅସ କ୍ରିକେଟ କ୍ଳବ ଚେରମାରିଆ ୪ ୱିକେଟରେ ବିଜୟ ଲାଭ କରିଥିଲା । ଚେରମାରିଆ ଦଳ ପକ୍ଷରୁ ପୁର୍ଣ୍ଣ ସ୍ୱାଇଁ ୪୮ ବଲରୁ ୧୦ଟି ଚୌକା ସହାୟତାରେ ୬୬ରନ ସଂଗ୍ରହ କରିଥିବା ବେଳେ ସିଦ୍ଧାନ୍ତ ଜେନା ୬ଟି ଚୌକା ଓ ୫ଟି ବିଶାଳ ଛକା ସହାୟତାରେ ୬୪ ରନ ସଂଗ୍ରହ କରିଥିଲେ । ଚେରମାରିଆ ଦଳର ପୁର୍ଣ୍ଣଚନ୍ଦ୍ର ବିଷୋୟୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସମ୍ମାନିତ ଅତିଥି ଭାବେ ସହରାଂଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ନିମନ୍ତ୍ରିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା ,

ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ବିଜେଡ଼ି ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବିକାଶ ମଂଚ ସଭାପତି ପ୍ରମୋଦ କୁମାର ପଣ୍ଡା, ପ୍ରେସକ୍ଳବ ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା, ସାମ୍ବାଦିକ ବିଭୁପ୍ରସାଦ ପଣ୍ଡା, ବିଶ୍ୱମ୍ବର ସାହୁ, ପ୍ୟାରୀମୋହନ ପାଢି, କ୍ଷେତ୍ରମୋହନ ପଟ୍ଟନାୟକ, ନଳିନିପ୍ରଭା ପଟ୍ଟନାୟକ, ଆଇନଜୀବି ଦ୍ୱିତୀକୃଷ୍ଣ ସାବତ, ଯୁଧିଷ୍ଟିର ସ୍ୱାଇଁ ପ୍ରମୁଖ ମଂଚାସିନ ଥିଲେ । ଅତିଥି ବୃନ୍ଦ ଚାମ୍ପିୟାନ ଡ଼ିଲିସିଅସ କ୍ରିକେଟ କ୍ଳବ(ଚେରମାରିଆ) ଓ ଉଦଯାପନି ମ୍ୟାଚର ପରାଜୟ ପାୱାର କ୍ରିକେଟ କ୍ଳବ (ଆସିକା)ଦଳକ ଟ୍ରଫି ସହ ଓ ନଗଦ ଅର୍ଥ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ ।

ଏଥି ସହିତ ସୋନୁ ଦାସଙ୍କୁ ମ୍ୟାନ ଅଫ୍ ଦି ସିରିଜ, ଲକ୍ଷ୍ମୀ ନାରାୟଣ ପାଳଙ୍କୁ ଶ୍ରେଷ୍ଠ ବୋଲର ଓ ଦିଲ୍ଲିପ କୁମାର ବେହେରାଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚରେ ବିଷ୍ଣୁ ପ୍ରସାଦ ପଣ୍ଡା ଓ ସନ୍ତୋଷ ପ୍ରଧାନ ଆମ୍ପାୟର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସ୍କୋରର ଥିଲେ ଆଦିତ୍ୟ ସାହୁ । ସଚିନ ସେଠି ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରଶାନ୍ତ ମହାରଣା, ପ୍ରଶାନ୍ତ ପ୍ରଧାନ, ଜଗନ ଡ଼ାକୁଆ, ପ୍ରଶାନ୍ତ ପାଢି, ରଜତ ପ୍ରଧାନ, ବିପ୍ର ଚରଣ ଶବର, ସିମାଂଚଳ ପାଣିଗ୍ରାହୀ, ଉମା ମହାରଣାଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ କର୍ମକତା ଓ ସଦସ୍ୟ ବୃନ୍ଦ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।  (ରିପୋର୍ଟ – ସୁଶାନ୍ତ ପ୍ରଧାନ )

Exit mobile version