ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ୫-୩ ଟ୍ରାଇବେକର ଗୋଲରେ ବିଜୟୀ

ରଣପୁର ବ୍ଲକ (ଓଡିଶା ତାଜା ନ୍ୟୁଜ୍ ) ରଣପୁର ବାଘସାମନ୍ତ ଖେଳ ପଡିଆ (ରିପୋର୍ଟ, ସୋନାଲି) 16.2.2020 :- ରଣପୁର ବ୍ଲକ ସଦରମହକୁମା ହେଡକ୍ୱାର୍ଟର ସ୍ଥିତ ବାଘସାମନ୍ତ ଖେଳ ପଡିଆ ଠାରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ ଆନୁକୂଲ୍ୟରେ ୨ ଦିନ ଧରି ଚାଲିଥ୍‌ôବା ରାଜ୍ୟ ସ୍ତରୀୟ ରଣପୁର କପ ଫୁଟବଲ୍ ଟୂର୍ଣ୍ଣାମେଂଟର ଆଜି ଦ୍ୱିତୀୟ ଦିବସରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ ଓ ଭୂବନେଶ୍ୱରର କ୍ଲବ-୭୩ ଦଳ ପରସ୍ପରକୁ ଭେଟିଥ୍‌ଲେ ।

ତେବେ ଉଭୟ ଦଳ ପ୍ରଥମ ଓ ଦ୍ୱିତୀୟାର୍ଦ୍ଧ ରେ ଗୋଲ ଶୂନ୍ୟ ହୋଇଥ୍‌ôବାରୁ ଟ୍ରାଇବେକର ର ସହାୟତା ନିଆଯାଇଥ୍‌ôଲା । ଏଥ୍‌ôରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ ୫-୩ ଗୋଲରେ ବିଜୟୀ ହୋଇଥ୍‌ôଲା । ତେବେ ସୁଶାନ୍ତ ପ୍ରଧାନ ଖେଳ ପରିଚାଳନା କରିଥ୍‌ôବା ବେଳେ ଏମ.ଏସ.ବେଗ ଲାଇନରେ ସହାୟତା କରିଥ୍‌ôଲେ ।

ଆଜିର ମ୍ୟାଚରେ ସ୍ଥାନୀୟ ଡାକ୍ତର ଦୀପକ କୁମାର ପାତ୍ର, ସ୍ଥାନୀୟ କୃଷି ଅଧ୍‌ôକାରୀ ଶୁଭେନ୍ଦୁ ସିଂହଦେଓ, ସାମ୍ବାଦିକ ବ୍ରଜ ରଣସିଂହ, ବିଶ୍ୱରଞ୍ଜନ ଆଚାର୍ଯ୍ୟ , ସମାଜସେବୀ ଶୁଭେନ୍ଦ୍ର ସିଂହଦେଓ ଓ ୧୨ ନମ୍ବର ୱାର୍ଡ କାଉନସିଲର ସୁଧାକର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥ୍‌ôଭାବେ ଯୋଗ ଦେଇ ମ୍ୟାନ ଅଫ ଦ ମ୍ୟାଚ୍ କପ ପ୍ରଦାନ କରିଥ୍‌ôଲେ । ରଣପୁର ପୂର୍ବତନ ସମିତି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ସ୍ପୋର୍ଟସ୍ ଆସୋସିଏସନ ସଭାପତି ସ୍ୱରାଜ ମହାନ୍ତି, ରାଜେଶ କୁମାର ପଟ୍ଟନାୟକ, ସିବୁନ ରାୟ, ନବକିଶୋର ରାୟ, ହାପି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥ୍‌ôଲେ । ଅପରପକ୍ଷେ ଆସନ୍ତାକାଲି ଭୂବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ଏକ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ।

Exit mobile version