କୋଭିଡ ଟୀକାକରଣ ଶିବିର ରେ ବ୍ୟାପକ ଅବ୍ୟବସ୍ଥା, ଖରା ତାତିରେ ସିଝିଲେ ବୃଦ୍ଧ ବୃଦ୍ଧା – କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟୀକାକରଣ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି, ଟୀକା ନେବା ପାଇଁଆସିଥିବା ଲୋକଙ୍କ ପାଇଁ ମେଡିକାଲ କତୃପକ୍ଷ ସୁ ବନ୍ଦୋବସ୍ତ କରିନଥିବାରୁ ସେମାନେ ନାହିଁ ନଥିବା ହିନସ୍ଥା ଭୋଗ କରୁଥିବା ଅଭିଯୋଗ କରିଛନ୍ତି, ଅସହ୍ୟ ଗୁଳୁଗୁଳି ଖରା ତାତିରେ ବୃଦ୍ଧ ବୃଦ୍ଧା ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇ ଟୀକା ନେବାପାଇଁ ଅପେକ୍ଷା କରିଥିବାବେଳେ ସେମାନଙ୍କ ପାଇଁ ସାମାନ୍ୟତମ ବ୍ୟବସ୍ଥା କରାଯାଇନାଇଁ,

ପିଇବା ପାଣି କି ଖରା ଦାଉରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ତମ୍ବୁ ବ୍ୟବସ୍ଥା କରାଯାଇନାଇଁ,ଆଜି ସକାଳୁ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ପଙ୍ଖା ବି ଅଚଳ ହୋଇଯାଇଥିବା ବେଳେ ବୃହତ ଗୃହ ଥାଇ ବି ଏକ ଛୋଟିଆ ଗୃହ ମଧ୍ୟରେ ଚାଲୁଚି ଟୀକାକରଣ କାର୍ଯ୍ୟ, ଟୀକା ନେବାପରେ ଲୋକ ମାନଙ୍କୁ ଏକ ସ୍ଥାନରେ ଅଧଘଣ୍ଟା ଯାଏ ବିଶ୍ରାମ ଦିଆଯିବାର ବ୍ୟବସ୍ତା ଥିଲେ ମଧ୍ୟ ବିନା ସୁପରଭିଜନ ରେ ସେମାନଙ୍କୁ ଛାଡିଦିଆଯାଉଛି, ଯାହାଫଳରେ ପାର୍ଶ୍ଵପ୍ରତିକ୍ରିୟା ହେଉଛି କି ନାହିଁ ତାହା ଦେଖାଯାଉନାହିଁ, ଏଥିନେଇ ମାହାଙ୍ଗା ଭାରପ୍ରାପ୍ତ ମେଡିକାଲ ଅଧିକ୍ଷକ ଡା ତନ୍ମୟ

ବେହେରାଙ୍କୁ ଯୋଗାଯୋଗ କରିବାରୁ ଟୀକାକରଣ କାଯ୍ୟ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାପାଇଁ ମେଡିକାଲ ର ଫାର୍ମାସିଷ୍ଟ କୁ ଦାଇତ୍ୱ ଦିଆଯାଇଥିବା କହି ଘଟଣାକୁ ହାଲକା ଭାବେ ନେଇଥିଲେ, ଟୀକାକରଣ ପାଇଁ କୌଣସି ସୁ ବ୍ୟବସ୍ଥା କରାଯାଇନଥିବାରୁ ବରିଷ୍ଠ ନାଗରିକ ମାନେ ଖରାତାତିରେ ସିଝିସିଝି ଟୀକା ନେଉଥିବା ବେଳେ ଏହା କେତେଦୂରଫଳପ୍ରଦ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Exit mobile version