ବାୟୋ-ବବଲ୍ ଓ କୋଚ୍ ରବି ଶାସ୍ତ୍ରୀଙ୍କ ଚେଷ୍ଟା ଯୋଗୁଁ ମଜବୁତ ହୋଇଛି ରୋହିତ – କୋହଲିଙ୍କ ସମ୍ପର୍କ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ନୂଆଦିଲ୍ଲୀ :- କରୋନା ଭାଇରସ ପାଇଁ ଭାରତୀୟ କ୍ରିକେଟ ଟିମକୁ ଅଧିକ ସମୟ ଯାଏଁ ବାୟୋ-ବବଲ(Bio-Bubble)ରେ ରହିବା ସହଜ ନଥିଲା । କିନ୍ତୁ ଏହି ସମୟରେ ଟିମ ହିତରେ କିଛି ଘଟଣା ହୋଇଛି। କ୍ଵାରେଣ୍ଟାଇନ ନିୟମ ଯୋଗୁଁ ଖେଳାଳିଙ୍କୁ ପରସ୍ପର ସହ ରହିବାକୁ ଓ ଅଧିକ ସମୟ ବିତାଇବାକୁ ସମୟ ମିଳିଥିଲା । ଏଥିପାଇଁ ଭାରତୀୟ କ୍ରିକେଟ ଟିମର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି । ଏଥିରେ ଟିମର କୋଚ ରବି ଶାସ୍ତ୍ରୀଙ୍କର ମଧ୍ୟ ଗୁରୁତ୍ତ୍ୱପୂର୍ଣ ଭୂମିକା ରହିଛି ।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଭାରତ-ଇଂଲଣ୍ଡ ସିରିଜ ସମୟରେ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ସହ ସମୟ ବିତାଇବାକୁ ମଉକା ମିଳିଥିଲା । ଉଭୟେ ପୁରୁଣା କଥା ଭୁଲି ପୁଣି ନୂଆ କରି ପରସ୍ପରକୁ ବୁଝିବାକୁ ସମ୍ପର୍କ ମଜବୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ କିଛି ଦିନ ହେଲା କୋହଲି ଓ ରୋହିତଙ୍କ ସମ୍ପର୍କ ଭଲ ନଥିବା ଜଣାପଡିଥିଲା । କିନ୍ତୁ ଉଭୟ ଏହିକଥାକୁ ଖଣ୍ଡନ କରିଥିଲେ ଓ ତାଙ୍କ ଭିତରେ ବନ୍ଧୁତା ଅଛି ବୋଲି କହିଥିଲେ ।

ଟିମ ସହ ଜଡିତ ସୂତ୍ର ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ କୋହଲି ଓ ରୋହିତଙ୍କ ବ୍ୟକ୍ତିଗତ ସମ୍ବନ୍ଧ ବହୁତ ମଜବୁତ ହୋଇଛି। ଦୁଇ ଖେଳାଳି ନିଜ ଖେଳ, ଟିମ, ଦାୟିତ୍ୱ ଓ ଆଗାମୀ ଚ୍ୟାଲେଞ୍ଜକୁ ନେଇ ପୂର୍ବ ଅପେକ୍ଷା ଅଧିକ ଏକମତ ଥିବା ନଜର ଆସିଛନ୍ତି। ଉଭୟ ଖେଳାଳି ବୁଝି ସାରିଛନ୍ତି ଯେ ଯଦି ଦୁହେଁ ଏକାଭଳି ଚିନ୍ତା କରିବେ ତାହେଲେ ଟିମକୁ ଫାଇଦା ହେବ। ଗତ କିଛି ମାସରେ ଟିମ ପାଇଁ ଏହା ସବୁଠାରୁ ବଡ ସଫଳତା।

ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ କୋହଲି ଓ ରୋହିତଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। କିନ୍ତୁ ପୂର୍ବରୁ ଦୁହେଁ ଏ ସମ୍ପର୍କରେ ବସି ଆଲୋଚନା କରି ଏହି ଅପପ୍ରଚାର ଦୂର କରିବାକୁ କେବେ ଚେଷ୍ଟା କରିନଥିଲେ। କିନ୍ତୁ ଇଂଲଣ୍ଡ ସିରିଜ ପରେ ପରିସ୍ଥିତି ବଦଳି ଯାଇଥିଲା ଏବଂ ଉଭୟଙ୍କ ବିଚାର ମଧ୍ୟ ସ୍ପଷ୍ଟ ହୋଇଥିଲା। ଇଂଲଣ୍ଡ ସିରିଜ ସମୟରେ ଦୁଇ ଖେଳାଳି ଚାଲିଥିବା ଅପପ୍ରଚାର ଉପରେ ରୋକ ଲଗାଇବାକୁ ବିଚାର କରିଥିଲେ। ଦୁହେଁ ଅନେକ ମଉକାରେ ମଇଦାନ ଛଡା ମଇଦାନ ବାହାରେ ମଧ୍ୟ ଏକାସଙ୍ଗେ ନଜର ଆସିଥିଲେ। ଆବଶ୍ୟକ ପଡିଲେ କୋହଲି ରୋହିତଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲେ। ଦିନିକିଆ ସିରିଜରେ ଉଭୟେ ଲଗାତାର ପରସ୍ପର ସହ କଥାବାର୍ତ୍ତା ହେଉଥିବା ନଜର ଆସିଥିଲେ।

ଟି-୨୦ ସିରିଜର ଏକ ମ୍ୟାଚରେ ରୋହିତ ଶେଷ କିଛି ଓଭରରେ କ୍ୟାପିଟେନ୍ସି ମଧ୍ୟ କରିଥିଲେ। ରୋହିତ ଆଗରୁ ମଧ୍ୟ କିଛି ଓଭରରେ କ୍ୟାପିଟେନ୍ସି କରିଥିଲେ । ବିଶେଷଜ୍ଞଙ୍କ ଅନୁଯାୟୀ, କୋହଲି-ରୋହିତଙ୍କ ଏହି ଚେଷ୍ଟା ଯୋଜନା ମୁତାବକ ହୋଇନଥିଲା । ଦୁହେଁ ବୁଝି ସାରିଛନ୍ତି ଯେ କୌଣସି ପ୍ରସଙ୍ଗକୁ ନେଇ ଅସହମତ ହେଲେ ବାହାର ଲୋକ ତାକୁ ନେଇ ସମାଲୋଚନା କରିବା ଆରମ୍ଭ କରିଦେଇଥାନ୍ତି । ସେଥିପାଇଁ ବସି ପରସ୍ପର ସହ ଆଲୋଚନା କରି ସମାଧାନ କରିବା ଠିକ୍ l (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )

Exit mobile version