ଶିଶୁ ଦିବସରୁ ଆରମ୍ଭ ହୋଇଥିବା ‘ଆସ ପଢ଼ିବା – ସମାଜ ଗଢ଼ିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ଅଡ଼ଶପୁର :- ସାମାଜିକ ଅନୁଷ୍ଠାନ ‘ୟୁଥ୍ ଫର୍‌ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ଗତ ଶିଶୁଦିବସରୁ ଶୁଭାରମ୍ଭ ହୋଇଥିବା “ଆସ ପଢ଼ିବା – ସମାଜ ଗଢ଼ିବା” କାର୍ଯ୍ୟକ୍ରମକୁ ଜାରି ରଖି କଣ୍ଟାପଡ଼ା ବ୍ଳକ୍ ଅନ୍ତର୍ଗତ ପୋସ୍ତଳ ଗ୍ରାମର ପିଲାମାନଙ୍କ ଗହଣରେ ଶିକ୍ଷା ଉପକରଣ ବଣ୍ଟନ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ସଂଗଠନର ଅଧ୍ୟକ୍ଷ ମୀର୍ ଅହମ୍ମଦ ଅଲ୍ଳି ଯୋଗଦେଇ ପିଲାମାନଙ୍କୁ ଶିକ୍ଷା ଉପକରଣ, ଖାଦ୍ୟ ବଣ୍ଟନ ସହ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ।

ୟୁଥ ଫର ଭଲ୍ୟୁଣ୍ଟାରି ୱାର୍କର ସଂଯୋଜିକା ଶୁଭଶ୍ରୀ ମହାନ୍ତି “ଶିଶୁଟିଏ ନିଜ ପରିବାର, ସମାଜ ତଥା ଦେଶର ଭବିଷ୍ୟତ” ବୋଲି ମତବ୍ୟକ୍ତ କରିବା ସହ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଆଗ୍ରହ ସୃଷ୍ଟି ପାଇଁ ସାରା ଓଡ଼ିଶାରେ ଏହି ଅଭିଯାନ ଜାରି ରହିବ ବୋଲି କହିଥିଲେ ।

ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ପିଲାମାନେ ଭବିଷ୍ୟତରେ ହେବାକୁ ରଖିଥିବା ଆଶାଗୁଡ଼ିକୁ କିପରି ହାସଲ କରିପାରିବେ, ସେ ବିଷୟରେ ଭାବ ଆଦାନପ୍ରଦାନ କରିବା ସହ ଲକ୍ଷ୍ୟସ୍ଥଳରେ ପହଞ୍ôଚବାପାଇଁ ସବୁ କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ସରପଞ୍ଚ ବିଜୟ ପାତ୍ର ଯୋଗଦେଇ ପିଲାମାନଙ୍କୁ ଶିକ୍ଷାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମିୟ ମମହାନ୍ତି, ଭାଗ୍ୟଶ୍ରୀ ମହାନ୍ତି, ବିଶ୍ୱମ୍ବର ପରିଡ଼ା, ଯୁବ ସମାଜସେବୀ ମଲ୍ଲିକ ଆୱେସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version