Home ଓଡ଼ିଶା ଶ୍ରୀ ମନ୍ଦିର ରେ ହୋଲି ଉତ୍ସବ ପାଳିତ , ଚନ୍ଦନ ଅନୁକୂଲ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ପୁରୀ :- ସୋମବାର ଚୈତ୍ର କୃଷ୍ଣ ପ୍ରତିପଦ ତିଥିରେ ହୋଲି ଉତ୍ସବ ଓ ଚନ୍ଦନ ଅନୁକୂଳ ନୀତି ମହାପ୍ରଭୁ ଙ୍କ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ନିମନ୍ତେ ମଧ୍ୟାହ୍ନ ଧୂପ ବେଶରେ ତିନି ଖଣ୍ଡ ଆଜ୍ଞା ମାଳ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିଲା । ମଧ୍ୟାହ୍ନ ଧୂପ ଅପରାହ୍ନ ଘ.୪.୦୫ ରେ ପାଣି ପଡିଲା ପରେ ଦକ୍ଷୀଣି ଘର ଭୋଗ ଘ.୪.୨୦ ରେ ସରିଥିଲା ଓ ଶ୍ରୀ ଦୋଳ ଗୋବିନ୍ଦ ସିଂହାସନକୁ ଘ.୫.୩୦ ରେ ବିଜେ କରିଥିଲେ । ଏହାପରେ ପାଳିଆ ପୂଜାପଣ୍ଡା ସାମନ୍ତେ ଶ୍ରୀ ଦୋଳ ଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀଙ୍କୁ ଆଜ୍ଞାମାଳ ଦେଲା ପରେ ମାହାଜନ ମାନେ ଝୁଲଣ ମଣ୍ଡପ ତଳେ ଥିବା ବିମାନ କୁ ଘ.୫.୪୦ ରେ ବିଜେ କରାଇ ରୁନ୍ଧା କାର୍ଯ୍ୟ ସରିଲା ପରେ ଠାକୁର ଠାକୁରାଣୀଙ୍କୁ ମାଳ ଫୁଲ ଲାଗି କରିଥିଲେ ପରେ ଘଣ୍ଟ, ଛତା, କାହାଳୀ ପଟୁଆରରେ ବିମାନବଡୁ ମାନଙ୍କ ଦ୍ଵାରା ସିଂହଦ୍ଵାର ଦେଇ ବଡଦାଣ୍ଡ ରାସ୍ତାରେ ନରେନ୍ଦ୍ର ଚକଡ଼ାକୁ ସନ୍ଧ୍ୟା ଘ.୬.୦୦ ରେ ବିଜେ କରିଥିଲେ । ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ପୂଜାପଣ୍ଡା ସାମନ୍ତେ ଶୀତଳ ଭୋଗ କରିଥିଲେ ,ଭୋଗ ପରେ ମୁଦିରସ୍ତ ବନ୍ଦାପନା କରି ଚାମର ଆଲଟ କରିଥିଲେ ସେଠାରେ ସମସ୍ତ ନୀତି ସରିବା ପରେ ଠାକୁର ଠାକୁରାଣୀ ସନ୍ଧ୍ୟା ଘ.୭.୫୦ ରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ, ସନ୍ଧ୍ୟା ଘ.୮.୦୫ ରେ ଶ୍ରୀଦେବୀ, ଭୂଦେବୀ ରତ୍ନସିଂହାସନ କୁ ଏବଂ ଶ୍ରୀ ଦୋଳଗୋବନ୍ଦ ଦକ୍ଷୀଣି ଘରକୁ ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଘ.୮.୧୫ ଆରମ୍ଭ ହୋଇଥିଲା, ପରେ ମହାପ୍ରଭୁଙ୍କ ଚନ୍ଦନଲାଗି ,ବଡ଼ସିଂହାର ବେଶ ,ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇ ରାତ୍ର ପହୁଡ଼ କରଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ 'ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର' ଉଦଘାଟିତ by Proprietor Abhimanyu Maharana May 9, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ by Proprietor Abhimanyu Maharana May 9, 2026 ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ by Proprietor Abhimanyu Maharana May 9, 2026 ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ by Proprietor Abhimanyu Maharana May 9, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ by Proprietor Abhimanyu Maharana May 9, 2026 ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ by Proprietor Abhimanyu Maharana May 9, 2026