ଆଦର୍ଶ ଗ୍ରାମ ତିଆରି କରିବା ପାଇଁ ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ବାଲେଶ୍ୱର :- ଆଦର୍ଶ ଗ୍ରାମ ତିଆରି କରିବା ପାଇଁ ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିଜ ପଞ୍ଚାୟତର ଲୋକଙ୍କୁ ଏକାଠି କରିବା ସହ ଆଦର୍ଶ ପଞ୍ଚାୟତ ଗଠନ ପାଇଁ କାମ ଆରମ୍ଭ କରିଛନ୍ତି । ଗାଁରେ ସୁସ୍ଥ ସମାଜ ଗଢି ତୋଳିବାକୁ ହେଲେ ଶିକ୍ଷା,ଉତ୍ତମ ସ୍ୱାସ୍ଥ୍ୟ, ଗମନାଗମନ,ଶୁଦ୍ଧ ପାନୀୟ ଜଳ, ପରିମଳ, ରୋଜଗାର, ନିଶାମୁକ୍ତ ଗାଁ ହେବା ନିତ୍ୟାନ୍ତ ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।କଳକାରଖାନା ପଛରେ ନପଡ଼ି ପ୍ରତ୍ୟେକ ପରିବାର ରେ ଗୋଟିଏ ଗୋଟିଏ

ଛୋଟ କାରଖାନା କରିହେବ ଏନେଇ କୌଣସି ପରିବେଶ ଖରାପ ହେବ ନାହିଁ ଵୋଲି କହିଥିଲେ। ଗୋପାଳନ,କୁଟୀର ଶିଳ୍ପ,ମାଛ ଚାଷ,ମହୁଚାଷ କରି ରୋଜଗାରକ୍ଷମ ହେବାକୁ ଆହ୍ୱାନ ଦେଇଥିଲେ।ଆଦର୍ଶ ଗ୍ରାମ କରିବାକୁ ହେଲେ ସମସ୍ତଙ୍କୁ ନିଷ୍ଠାର ସହ କାମ କରିବା ଓ ସମାଜ ପାଇଁ ତ୍ୟାଗର ଆବଶ୍ୟକ ରହିଛି ବୋଲି କହିଥିଲେ।ଏହି ବୈଠକ ରେ ସମିତିସଭ୍ୟା ଜୟନ୍ତୀ ମଲ୍ଲିକ,ଅବସର ପ୍ରଧାନ ଶିକ୍ଷକ ଅଜୟ କୁମାର ମହାପାତ୍ର,ରମାକାନ୍ତ ମହାପାତ୍ର,ନାଏବ ସରପଞ୍ଚ ଅନୀଲ କୁମାର ସାହୁ,ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୌତମ ବାରିକ,ନିରଞ୍ଜନ ମହାନ୍ତି,ପୂର୍ଣଚନ୍ଦ୍ର ସ,ପ୍ରଦୀପ ସ,ବିନୋଦ କୁମାର ଦାସ,ଶରତ ରାଉଳ,ସନ୍ତୋଷ କୁମାର ସ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ (ରିପୋର୍ଟ – ଦୀପ୍ତିମାନ ପତି )

Exit mobile version