ଆଇଆର୍‌ଏଫ୍‌ସି ପକ୍ଷରୁ ୨୦ ବର୍ଷୀୟ ବଣ୍ଡ୍‌ ଜରିଆରେ ବଜାରରୁ ୧୩୭୫ କୋଟି ଟଙ୍କା ହାସଲ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ଭାରତୀୟ ରେଳର ଉତ୍ସର୍ଗୀକୃତ ଫାଇନାନ୍ସ କଂପାନି ଇଣ୍ଡିଆନ୍‌ ରେଲ୍‌ୱେ ଫାଇନାନ୍ସ କର୍ପୋରେସନ୍ (ଆଇଆର୍‌ଏଫ୍‌ସି) ଡୋମେଷ୍ଟିକ୍ ବଣ୍ଡ ଜାରି କରି ୧୩୭୫ କୋଟି ଟଙ୍କା ହାସଲ କରିଛି । ଏହି ପାଣ୍ଠିକୁ ୬.୮୦ ପ୍ରତିଶତ କୁପନ୍ ହାରରେ ୨୦ ବର୍ଷୀୟା ମାଚ୍ୟୁରିଟି ଜରିଆରେ ହାସଲ କରାଯାଇଛି ଯାହା ଭାରତ ସରକାରଙ୍କ ସିକ୍ୟୁରିଟିର ୟିଲ୍‌ଡ ତୁଳନାରେ ୧୮ ପଏଌକ୍ଷଗ୍ଧ; କମ୍ । ପ୍ରଥମ ଥର ଲାଗି କୌଣସି ଶ୍ରେଷ୍ଠ ମାନର ସରକାରୀ ସଂସ୍ଥା ସୋଭରେନ୍ ବଣ୍ଡ୍ ତୁଳନାରେ ଏତେ ଅଧିକ ମାର୍ଜିନ୍ ପ୍ରଦାନ କରିଛି । ଆଇଆର୍‌ଏଫ୍‌ସି ପେପର୍‌ ରେ ଦେଶର ସର୍ବବୃହତ୍ ଡେବ୍‌ଟ୍ ନିବେଶକଙ୍କ ବିଶ୍ୱାସକୁ ଏହା ପ୍ରଦର୍ଶିତ କରୁଛି । କଂପାନି ତରଫରୁ ବିଜ୍ଞପ୍ତିରେ କୁହାଯାଇଛି ଯେ, “ଏହି ବଣ୍ଡ୍ ଇସ୍ୟୁକୁ ଦୀର୍ଘମିଆଦୀ/ଅଲ୍‌ଟ୍ରା ଦୀର୍ଘ ମିଆଦୀ ନିବେଶକଙ୍କ ତଥା ବିଶେଷ କରି ଭବିଷ୍ୟନିଧି ପାଣ୍ଠି ଭଳି ସବୁ ପ୍ରକାର ନିବେଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି ।

ମୂଳ ଇସୁୃ୍ୟ ଆକାର ୫୦୦ କୋଟି ଟଙ୍କା ହୋଇଥଇବା ବେଳେ ଏହା ଛଅ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି । ’’ ଚଳିତ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁସାରେ କଂପାନି ୧୩୭୫ କୋଟି ଟଙ୍କାର ଅର୍ଥ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହି ଇସ୍ୟୁ ସହିତ ୨୦ ବର୍ଷୀୟା ବଣ୍ଡ୍ ଜରିଆରେ କ୍ରମବର୍ଦ୍ଧିଷ୍ଣୁ ବଣ୍ଡ୍ ଇସ୍ୟୁ ଦେଶର ପୁଂଜି ବଜାରରେ ଚଳିତ ଆର୍ଥିକ ବର୍ଷରେ ୧୩,୯୭୦ କୋଟି ଟଙ୍କାରେ ପହଂଚିଛି । ଦେଶରେ କର୍ପୋରେଟ୍ ବଣ୍ଡ୍‌ର ଅବଧି ହେଉଛି ୧୦ ବର୍ଷ । ଆଇଆର୍‌ଏଫ୍‌ସିର ଏହି ଇସ୍ୟୁ ଦୀର୍ଘମିଆଦୀ ଓ ଅଲ୍‌ଟ୍ରା ଦୀର୍ଘମିଆଦୀ ଅବଧି ପାଇଁ କର୍ପୋରେଟ୍ ବଣ୍ଡ୍ ବଜାରକୁ ଆହୁରି ଦୃଢ଼ କରିଛି ଏବଂ ୟିଲ୍‌ଡ ଅନୁସାରେ ଏକ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି । ରେଳବାଇର ଅଭିବୃଦ୍ଧି, ସଂପ୍ରସାରଣ ଓ ଆଧୁନିକୀକରଣରେ ଆଇଆର୍‌ଏଫ୍‌ସି ପ୍ରମୁଖ ଭୂମିକା ନିର୍ବାହ କରୁଛି । ଚଳିତ ଆର୍ଥିକ ବର୍ଷରେ ୧ ଟ୍ରିଲିଅନ୍‌ ଟଙ୍କାର ଋଣ ପ୍ରଦାନ କରିବା ଲାଗି କଂପାନିକୁ ଲକ୍ଷ୍ୟ ପ୍ରଦାନ କରାଯାଇଛି । ବିଗତ ୬ ବର୍ଷରେ ଆଇଆର୍‌ଏଫ୍‌ସିର ଆବଌକ୍ଷଗ୍ଧ;ନର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୪୫.୭୦% ରହିଛି । ବିବିଧ ଉତ୍ସରୁ ପାଣ୍ଠି ହାସଲ କରି ଏହା ଋଣ ଆବଶ୍ୟକତା ପୂରଣ କରୁଛି ।

Exit mobile version