ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ, ବାପଘର ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମାର୍ଚ୍ଚ ସୋମବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ ବମ୍ବଲୋ ଗ୍ରାମରେ ରବିବାର ରାତିରେ ଘଟିଛି ଏକ ଅଘଟଣ । ରାତିରେ ଝୁନା ଓରଫ ମାନସୀ ଦାସଙ୍କ ପେଟରେ, ମାରଣାସ୍ତ୍ର ସାହାଯ୍ୟରେ ବାରମ୍ବାର ଆକ୍ରମଣ କରାଯାଇଥିବାରୁ , ତାଙ୍କର ଅନ୍ତବୁଜୁଳା ପଦାକୁ ବହାରି ଆସିବାରୁ ଘର ଭିତରେ ମରି ପଡ଼ଥିବା ଦେଖିବାକୁ ମିଳିଥିଲା । ଝୁନା ଘରେ ଏକୁଟିଆ ଥିବା ଦେଖି , ତାକୁ ତିନି ଜଣ ଦୁରବୃତ୍ତ ମାରଣାସ୍ତ୍ର ରେ ଆକ୍ରମଣ କରି ଦୌଡ଼ି ପଳାଉଥିବା ବେଳେ ,ମୃତ ଝୁନାର ସ୍ୱାମୀ ପବିତ୍ର ଓରଫ ପ୍ରଦୀପ ଦାସ ପୋଲିସ ନିକଟରେ ବୟାନ ଦେଇଛି । ପୋଲିସ ପବିତ୍ର କଥା ବାର୍ତ୍ତାରେ ସନ୍ଦେହ କରି ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।

ଅନ୍ୟ ପଟେ ମୃତ ଝୁନାର ଦୁଇ ଭାଇ ମନୋଜ ବେହେରା ଏବଂ ସନାତନ ବେହେରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀକୁ ଭିଣୋଇ ପ୍ରଦୀପ ସବୁବେଳେ ମାରଧର କରେ । ବାପଘରୁ ଟଙ୍କା ପଇସା ଆଣିବା ପାଇଁ କଳିକରୁଥିଲେ । ଏହି ପରି ବାରମ୍ବାର ତାଙ୍କ ଭଉଣୀ ସହିତ କରାଯାଇ ଆସୁଥିଲା ବୋଲି ମୃତ ଝୁନାର ଭାଇ ମନୋଜ ଏବଂ ସନାତନ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ । ଭିଣୋଇ ପବିତ୍ର ଏବଂ ତାଙ୍କ ପରିବାର ଲୋକ ମିଶି , ଭଉଣୀ ଝୁନାକୁ ଯୋଜନା ବଦ୍ଧ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ରବିବାର ଦୋଳ ପୂର୍ଣ୍ଣିମା ଥିଲା, ପବିତ୍ର ତାର ଦୁଇ ପୁଅଙ୍କୁ ଶନିବାର ଦିନ ଶଶୁର ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୋହଳ ଗ୍ରାମରେ ଛାଡ଼ି ଦେଇ ଆସିଥିଲା ବୋଲି ମୃତ ଝୁନାର ଭାଇମାନେ କହିଛନ୍ତି ।

ଏହି ଘଟଣାର ଖବର ପାଇ କଟକ ସଦର ଥାନା ଆଇଆଇସି ଶୁଧାଶୁଂ ଭୁଷଣ ଜେନା, କଟକ କମିଶନରେଟ ପୋଲିସ ଯୋନ୍-୪-ଏସିପି ସତ୍ୟରଞ୍ଜନ ମଲ୍ଲିକ, ମହିଳା ଏସ୍ ଆଇ ବବିତା ସାହୁ, ଏସ୍ ଆଇ ମୁରଲୀ ଧର ସାହୁ , ସାଇଣ୍ଟିଫିକ୍ ଦଳସହ ବମ୍ବଲୋ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁସନ୍ଧାନ କରିବା ସହିତ, ମୃତ ଝୁନାର ଶବକୁ ପୋଷ୍ଟମର୍ଟମ ପାଇଁ କଟକ ଏସସିବିକୁ ପଠାଇଛି । ମୃତ ଝୁନାର ସ୍ୱାମୀ ପବିତ୍ର କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version