ଧଳା ଜହର କାରବାର ଚାଲିଥିବା ଖବର ପାଇ ; ଇଟାମାଟି ପୁଲିସ ଓ ନୟାଗଡ଼ ତହସିଲଦାର ଙ୍କ ମିଳିତ ଚଢଉରେ – ଇଟାମାଟିର ଦୁଇ ଜଣଙ୍କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ମାର୍ଚ୍ଚ ରବିବାର ) ଇଟାମାଟି :- ଧଳା ଜହର କାରବାର ଚାଲିଥିବା ଖବର ପାଇ ଇଟାମାଟି ପୁଲିସ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ମିଳିତ ଚଢଉରେ ଇଟାମାଟିର ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି ।

ଉଭୟଙ୍କ ନାମରେ ଇଟାମାଟି ଥାନାରେ କେସ ନଂ ୪୨/୨୧ରେ ମାମଲା ରୁଜୁ କରି ଗିରଫ କରିଥିବାବେଳେ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଇଟାମାଟି ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

Exit mobile version