ଯେଉଁମାନେ କୋଭିଡି ନିୟମ ଉଲଙ୍ଘନ କରି ହୋଲି ଖେଳିବେ ; ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ – କମିଶନରେଟ ପୁଲିସ ପକ୍ଷରୁ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର :- ସାରା ଦେଶରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବାକୁ ମିଳୁଛି । ରାଜ୍ୟରେ କ୍ରମାଗତ ଭାବେ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଯାଇଛି । ଏପରି ସ୍ଥଳେ କମିଶନରେଟ ପୁଲିସ ପକ୍ଷରୁ ହୋଲି ପାଳନ ପାଇଁ କଟକଣା ଜାରି କରାଯାଇଛି ।

ଯେପରି ହୋଲି ଉସôବ ପାଳନ ବେଳେ କୋଭିଡ୍ ନିୟମ ଉଲଙ୍ଘନ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁମାନେ କୋଡିଡ ନିୟମ ଉଲଙ୍ଘନ କରି ହୋଲି ଖେଳିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।


କମିଶନର ହୋଲି ଖେଳିବା ନେଇ କହିଛନ୍ତି ଯେ, ଏବେ କରୋନାର ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ଭଳି ପୁଲିସକୁ ସହଯୋଗ କରିବା ସହ ରାଜ୍ୟ ସରକାରଙ୍କ କୋଭିଡି ନିୟମ ମାନି ହୋଲି ଖେଳନ୍ତୁ  । ନିୟମ କଡାକଡି ଭାବେ ପାଳନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ହୋଲିରେ ପ୍ରସୋସେନ ଅବା ଏକତ୍ରିତ ହୋଇ ହୋଲି ଖେଳିବାକୁ ବାରଣ କରାଯାଇଛି । ଯେତେ ସମ୍ଭବ କମ୍ ସଂଖ୍ୟାକ ଲୋକଙ୍କୁ ନେଇ ହୋଲି ଖେଳନ୍ତୁ । ରାସ୍ତା ଘାଟରେ ସର୍ବଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । ସଂକ୍ରମଣ ବଢୁଥିବାରୁ ଲୋକଙ୍କୁ ସଚେତନ କରିବାକୁ ପଡୁଛି । ନିଜେ ସଚେତନ ନ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଚେତାବନୀ ଦେବା ସହ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।

Exit mobile version