Home ଅପରାଧ ବହୁ ଦିନ ଧରି ତହସିଲ ଓ ପୋଲିସ୍ ଙ୍କୁ ନାକେଦମ କରିଥିବା ଖଣି ମାଫିଆକୁ – ଜେଲ ପଠାଇଲେ ଓଡ଼ଗାଁ ପୋଲିସ୍ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଲିଜ୍ ରେ ନେଇଥିବା ଖଣି ରୁ ପଥର ନଖୋଳି କୋମଣ୍ଡ ର ସମସ୍ତ ଖଣିକୁ ଖୋଳି ବେଆଇନ ଭାବେ ପଥର ଚୋରି କରୁଥିବା ଦୁର୍ଦାନ୍ତ ଖଣି ମାଫିଆକୁ ଧରିଲେ ଓଡ଼ଗାଁ ପୋଲିସ : ବହୁ ଦିନ ଧରି ଖେଳ ଖେଳୁଥିବା ମାଫିଆ କୁ ପଠାଇଲେ ଜେଲ – ମୁଖ୍ୟ ଆସାମୀ ଟୁକୁନା ପାତ୍ର ଗିରଫ ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର/ଓଡ଼ଗାଁ :- ଓଡ଼ଗାଁ ତହସିଲ ଅଧିନସ୍ଥ କୋମଣ୍ଡ ପଥର ଖଣି ଉପରେ ବହୁତ ଦିନରୁ ଥିବା ମାଫିଆ ରାଜର ଆତଙ୍କ କୁ ପୂର୍ଣ୍ଣଛେଦ ପକାଇବା ପାଈଁ ପୋଲିସ ର ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟସରକାର ଖଣି ଖାଦନ କୁ ନେଇ ପ୍ରଶାସନ ର କଡାକଡି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟତାମୂଳକ ସାଜିଥିଲେ ହେଁ ପଥର ଖଣି ମାଫିଆ ଙ୍କ ଆତଙ୍କରାଜ କୁ ସମୂଳ ନାଶ କରିବା କୁ ଅଣ୍ଟା ଭିଡିଛି ପୋଲିସ । ଗତ କାଲି (ଶୁକ୍ରବାର) ଦିନ ବେଆଇନ ପଥର ଖଣି ଖନନ ଚାଲିଥିବା ର ଖବର ପାଇ ଓଡ଼ଗାଁ ପୋଲିସ ଅଚାନକ ଚଢଉ କରିଥିଲେ । ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସି ପ୍ରଜ୍ଞା ପରମିତା ଜେନା ଅଚାନକ ଚଢ଼ାଉ କରି ୪ଟି ପାୱାର ଟିଲର୍ ଜବତ କରିଥିବା ମଧ୍ୟ ଜଣାପଡିଛି । ଏଥିସହ ୩୦ ରୁ ଉର୍ଦ୍ଧ୍ୱ ବେଆଇନ ଖଣି ଚାଲିଥିବା ନେଇ ଅଭିଯୋଗ ହେଇ ଆସୁଛି ବେଆଇନ ଖଣି ଉପରେ ପୋଲିସ ପ୍ରସାଶନ ପକ୍ଷ ରୁ କଡ଼ା କଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଖଣି ଖନନ ରେ ବ୍ୟବହୃତ ବେଆଇନ ଡମ୍ପର , ଜେସିବି ଇତ୍ୟାଦି ରେ ଦିନ ରାତି ପଥର ବୋହି ନେଉଛନ୍ତି ମାଫିଆ । ଖଣି ଉପରେ ଜଙ୍ଗଲ ବିଭାଗ ଏବଂ ପୋଲିସ ପ୍ରଶାସନ ର ଲଗାତର ଚଢଉ ବେଆଇନ ଖଣି ଖାଦନ ରୁ ଲକ୍ଷାଧିକ ଟଙ୍କାର ପଥର କଟା ମେସିନ ମାନ ଜବତ କରିବା ରେ ଲାଗିଛି । ଏହି ଭଳି ପଥର ମାଫିଆ ଙ୍କ ବେଆଇନ ପଥର ଚାଲାଣ ସାଧାରଣରେ ନିନ୍ଦା ର କାରଣ ପାଲଟିଛି । ମାଫିଆ ମାନେ ବେଆଇନ ଖଣି ଖନନ ରେ ରୋକ ଲଗାଉଥିବା ତହସିଲଦାର ଙ୍କୁ ଆକ୍ରମଣ କରିଥିବା ସୁଚନା ମିଳିଥିଲା । ଏହି ଚଢ଼ାଉ ରେ ଓଡ଼ଗାଁ ଥାନା ଏସଆଇ ସଞ୍ଜୟ କୁମାର ପରିଡ଼ା କୋମଣ୍ଡ ରାଜସ୍ବ ନୀରିକ୍ଷକ ସୁଧୀର କୁମାର ପରିଡ଼ା ଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିଵା ବେଳେ ୪ଟି ପାୱାର ଟିଲର କୁ ଜବତ କରି ଓଡ଼ଗାଁ ଥାନାକୁ ନିଆଯାଇଛି । ତେବେ ଏହି ଗାଡ଼ି ଗୁଡ଼ିକ କୋମଣ୍ଡ ଅଞ୍ଚଳ ର ଟୁକୁନା ପାତ୍ର ଓ କୁଲୁ ଭଟ୍ଟଙ୍କର ବୋଲି ଜଣାପଡିଛି । ଅଭିଯୁକ୍ତ ଟୁକୁନା ପାତ୍ର ଙ୍କୁ ଗିରଫ କରାଯାଇ ୩୩/୨୧ ରେ କେସ୍ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଇଆଇସି ଙ୍କ ଏହି ଚଢାଉ ଅନ୍ୟ ମାଫିଆ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କଥା ଦେଇ କଥା ରଖିଲା ରୋଟାରୀ କ୍ଲବ - ନୟାଗଡ଼ by Proprietor Abhimanyu Maharana August 8, 2026 ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ by Proprietor Abhimanyu Maharana August 8, 2026 ଟାଙ୍ଗିସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ by Proprietor Abhimanyu Maharana August 8, 2026 1.6 Crore women and children to get deworming dose in Odisha by Proprietor Abhimanyu Maharana August 8, 2026 ଓଡ଼ିଶାରେ ୧.୬ କୋଟି ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ ୧୦ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟ କୃମିନାଶକ ଏବଂ ଭିଟାମିନ୍ - ଏ ଅଭିଯାନ by Proprietor Abhimanyu Maharana August 8, 2026 ଏଜିଏମ ହାଉସିଂ ଗ୍ରୁପ୍ ଏବଂ ହର୍ଷପ୍ରିୟା ଗ୍ରୁପ୍ ର ଭୁବନେଶ୍ୱରରେ ଏକ ଐତିହାସିକ ବିଲାସବହୁଳ ଆବାସିକ ପ୍ରକଳ୍ପ 'କ୍ବାଲା' ର ଶୁଭାରମ୍ଭ by Proprietor Abhimanyu Maharana August 8, 2026