ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ସମାରୋହ : ସତ୍ୟବାଦୀରେ ପାଳନ ହୋଇଯାଇଛି

ଓଡିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ଶନିବାରସାକ୍ଷୀଗୋପାଳ :-  ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ସମାରୋହ ଆଜି ସତ୍ୟବାଦୀରେ ପାଳନ ହୋଇଯାଇଛି. 1921  ମସିହା ମାର୍ଚ୍ଚ ମାସ 25 ତାରିଖରେ ଭଦ୍ରକରେ ସଭା ସାରି ପୁରୀ ପାସେଞ୍ଜର ରେଳରେ ଆସିଥିଲେ. 26  ତାରିଖ ସକାଳେ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ପହଞ୍ଚିଥିଲେ. ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ 10  ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ତାଙ୍କୁ ହରିବୋଲ ହୁଳହୁଳି ପକାଇ ସତ୍ୟବାଦୀ ବନ ବିଦ୍ୟାଳୟଙ୍କୁ ପାଛୋଟି ନେଇଥିଲେ. ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ଅନ୍ୟତମ ସଖା ଆଚାର୍ଯ୍ୟ ହରିହର ଦାସ ଗାନ୍ଧୀ ଧରୁଥିବା ବାଡ଼ିଟିକୁ ପ୍ରଦାନ କରିଥିଲେ . 

ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି, ଭୁବନେଶ୍ୱର ଆନୁକୂଲ୍ୟରେ ଗାନ୍ଧିଜୀଙ୍କ ସତ୍ୟବାଦୀ ଆଗମନର 100 ବର୍ଷ ପୂର୍ତ୍ତି ପାଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି.  ସାକ୍ଷୀଗୋପାଳ ରେଳ ଷ୍ଟେସନ ପରିସରରେ ଏକ ସ୍ମୃତି ଫଳକ ଉଦଘାଟନ କରାଯାଇଥିଲା. ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଫଳକ ଉଦଘାଟନ କରିଥିଲେ. 
ସାକ୍ଷୀଗୋପାଳ ରେଳ ଷ୍ଟେସନ ଠାରୁ  ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ  ଏକ ପଦଯାତ୍ରା ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସତ୍ୟବାଦୀ ବନ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା .

ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶତବାର୍ଷିକୀ ସମାରୋହ  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା. ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଂଯୋଜକ ପ୍ରଫେସର ଉପେନ୍ଦ୍ର ପାଢ଼ୀ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ, ସଦସ୍ୟ ରମେଶ କୁମାର ମହାନ୍ତି, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମା ସଭାପତି ରାମଚନ୍ଦ୍ର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଓ ଧ୍ରୁବ ଚରଣ ଦାସ ପ୍ରମୁଖ ଯୋଗ ଦେଇ ଗାନ୍ଧୀଙ୍କ ଜୀବନୀ, ଆଦର୍ଶ, କଳାଗୋରା ଭେଦଭାବ ଦୂର କରିବା ଓ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ .  

Exit mobile version