କଟକରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର ) କଟକ :- ଇଣ୍ଡିଆ କିଷାନ ସଂଯୁକ୍ତ ମୋର୍ଚ୍ଚା ଏବଂ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଆଜି ସାରା ଭାରତରେ ବନ୍ଦ୍ ର ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ପଡିଛି ସିଲଭର୍ ସିଟି କଟକ ସହରରେ । କଟକ ସହରରେ ଆଜି ଭାରିଯାନ ଗୁଡିକ ଚଳାଚଳ ବନ୍ଦ ରହିଥିଲା । କେବଳ ବାଇକ୍,ଅଟୋ ଚଳାଚଳ ସ୍ବାଭାବିକ ଥିଲା । ସେହିପରି ଛୋଟବଡ଼ ଦୋକାନବଜାର କିଛିଟା ଖୋଲା ରହିଥିବା ବେଳେ ଆଉ କିଛି ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ସହରର ପେଟ୍ରୋଲ ପମ୍ପ୍,ସରକାରୀ ଦପ୍ତର,ବ୍ୟାଙ୍କ୍,ସପିଂ ମଲ୍, ଥିଏଟର , ସମସ୍ତ ସରକାରୀ କାର୍ଯ୍ୟାଳୟ ,ସ୍କୁଲ୍, କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

ଏପରିକି ବାଦାମବାଡି ବସଷ୍ଟାଣ୍ଡ ରେ ମଧ୍ୟ ଯାତ୍ରୀ କମ୍ ସଂଖ୍ୟକ ଦେଖିବାକୁ ମିଳିଥିଲା ।  ତେବେ ଗୋଟିଏ କି ଦୁଇଟା ବସ୍ କୁ ଛାଡିଦେଲେ ବାକିତକ ବସ୍ ରାସ୍ତାରେ ଗଡି ନ ଥିଲା । ଭାରତ ବନ୍ଦ୍ ର ପ୍ରଭାବ କଟକରେ ଆଶିଂକ ରହିଥିଲା । ତେବେ ଆଜି ସାରା ଦେଶରେ ବନ୍ଦର୍ ର ପ୍ରଭାବ ଥିବାବେଳେ କେନ୍ଦ୍ର ସରକାରଙ୍କ ଏକଚାଟିଆ ନିଷ୍ପତ୍ତିକୁ ଘୋର୍ ବିରୋଧ କରିଥିଲେ କୃଷକ ସଙ୍ଗଠନ ର ନେତା ଓ କର୍ମୀ ମାନେ । କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଆଜିର ବନ୍ଦ୍ ର ଡାକରାରେ ଓଡିଶାର ବହୁ କୃଷକ ସଙ୍ଗଠନ,ରାଜନୈତିକ ଦଳମାନେ ସମର୍ଥନ ଦେଇଛନ୍ତି ।

I N T U C , A I T U C , C I T U , N F I T C , H M S , C P I , C P I M ପ୍ରମୁଖ କୃଷକ ସଙ୍ଗଠନ ମାନେ ସାମିଲ୍ ହୋଇଥିଲେ। ଆଉ ବିରୋଧୀ କଂଗ୍ରେସ ମଧ୍ୟ ଏହି ବନ୍ଦ ର ସମର୍ଥନ ଜଣାଇଛି । ହେଲେ ରାଜରାସ୍ତାକୁ ଓହ୍ଲାଇ ନାହିଁ । ତେବେ କୃଷକ ସଙ୍ଗଠନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପରିକ୍ରମା କରିଥିଲେ ସଂଘ ର କର୍ମକର୍ତ୍ତା । ନୂଆବଜାର ସ୍ଥିତ ସଦର ବ୍ଲକ୍ କାର୍ଯ୍ୟାଳୟ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସହରର ଛକ ମାନଙ୍କରେ କେନ୍ଦ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଦିଲ୍ଲୀ ଠାରେ କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର ଏହା ଉପରେ ବିଚାର କରୁନାହାନ୍ତି। ଯାହା ଫଳରେ ଦିନକୁ ଦିନ ଅସନ୍ତୋଷ କୁହୁଳିଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version