ଖାଟୁଶ୍ୟାମ ବାବାଙ୍କ ନିଶାନ ପଦଯାତ୍ରା ଓ ଫାଲଗୁନ ମେଳା

ଓଡ଼ିଶା ତାଜା ନ୍ୟୁଜ (୨୬ ମାର୍ଚ୍ଚ ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଠାରୁ ପଲସାପଡା ଗ୍ରାମ ଯାଏଁ ଖାଟୁଶ୍ୟାମ ବାବାଙ୍କ ନିଶାନ ପଦଯାତ୍ରା ଓ ଫାଲଗୁନ ମେଳା ମହାସମାରୋହରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ, ଜୁନାଗଡ଼, କେସିଙ୍ଗା, ଭବାନୀପାଟଣା, ଟିଟିଲାଗଡ଼, ନର୍ଲା, ନର୍ଲା ରୋଡ,ରୁପ୍ରାରୋଡ,ଝାରସୁଗୁଡା,ସମ୍ବଲପୁର,ଲଡୁଗା,ରାମପୁର,ଲାଞ୍ଜିଗଡ଼ ଶତାଧିକ ମହିଳା ପୁରୁଷଙ୍କ ସହିତ କୁନି କୁନି ଝିଅ ପୁଅ ମାନେ ଯୋଗ ଦେଇଥିଲେ। ସକାଳ ୫ଟା ରୁୁ ରୁପ୍ରାରୋଡ ଛୋଟେଲାଲ ଶର୍ମାଙ୍କ ଘର ସମ୍ମୁଖରୁ ପଦଯାତ୍ରା ଆରମ୍ଭ ହୋଇ ବରଗାଁ , ମାଲିପଡା, ଭମରପଡା, ,ଲାଖଗୁୁୁଡା, ଭୀମକେଲା ଦେଇ ପଲସାପଡା ଶ୍ୟାମ ବାବାଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।

୧୯୭୪ ମସିହାରେ ନିର୍ମିତ ଏହି ମନ୍ଦିରରେ କର୍ତ୍ତା ରାଧେଶ୍ୟାମ ଶର୍ମା ଓ ତାଙ୍କ ଧରମ ପତ୍ନୀ ସୁମିତ୍ରା ଶର୍ମାଙ୍କ ସହିତ ଶର୍ମା ପରିବାର ,ପଲସାପଡା ବାସିନ୍ଦା ଓ ଶ୍ୟାମ ପରିବାର ସ୍ୱାଗତ କରିିିିଥିଲେ। ସୁସଜ୍ଜିତ ରଥରେ ବିିରାଜମାନ ଖାଟୁଶ୍ୟାମବାଵାଙ୍କ ଫଟୋରେ ପୁଷ୍ପ ମାଳା ଧୂପ ଦୀପ ସହ ମଂଗଳ ଆଳତୀ କରିଥିଲେ। ଏହା ଦ୍ୱାରା ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସୁସଜ୍ଜିତ ରଥରେ ଖାଟୁଶ୍ୟାମ ବାବାଙ୍କୁ ପୁଣି ନଗର ପରିକ୍ରମା କରାଯାଇଥିଲା।ରୁପ୍ରାରୋଡ ଶ୍ୟାମଭକ୍ତ ଅଶୋକ କମାନି, ମହେଶ ଅଗ୍ରୱାଲ, ସୁରେନ୍ଦ୍ର ଅଗ୍ରୱାଲ, ସୁମିିିତ ଶର୍ମା, ଶ୍ୟାମସୁନ୍ଦର ଶର୍ମା ,ପବନ ଶର୍ମା, ସୁନିଲ ଶର୍ମା, ରାଜେଶ ଶର୍ମା, ଲାଲା ଶର୍ମା, ରାମଚନ୍ଦ୍ର ଶର୍ମା, କାଲୁ ଶର୍ମା, ଭବାନୀ ବାରିକ , ମୁନି ବାରିକ, ବଣ୍ଟି ଶର୍ମା, ସୁରେଶ ଶର୍ମା ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version