ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି

ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର/ନୂଆଦିଲ୍ଲୀ :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି । ଜନ ସ୍ବାଭିମାନ ୱେଲ୍‌ଫେୟାର୍ ସୋସାଇଟି ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା ମାମଲା ଦାୟର କରାଯାଇଛି । ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷଭୁକ୍ତ କରାଯାଇଛି ।

ଜଗନ୍ନାଥ ଜମି ବିକ୍ରି ପ୍ରକୟା ତୁରନ୍ତ ବନ୍ଦ ନିର୍ଦେଶ ଦେବା ସହିତ ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ, ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି ପରିଚାଳନା ବ୍ୟବସ୍ଥା କରିବା ଏବଂ ସରକାରଙ୍କୁ ହଟାଇ ପରିଚାଳନା ଭାର ସମ୍ପୃକ୍ତ ବ୍ୟବସ୍ଥାକୁ ଦେବା ପାଇଁ ସୋସାଇଟି ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଅପିଲ୍ କରାଯାଇଛି ।  ଏହାସହିତ ସମସ୍ତ ମାମଲାର ତଦନ୍ତ ପାଇଁ ଏକ ଜୁଡ଼ିସିଆଲ୍‌ ଗଠନ ଦାବି କରାଯାଇଛି ।

Exit mobile version