ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବୋରାସମ୍ବର କ୍ଲବ୍ ଓ ଜେ. ୱା.ଏସ କ୍ଲବ ବିଜୟୀ

ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ବରଗଡ଼ :-  ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ରେ ଆଜିର ମ୍ୟାଚ୍ ରେ ବୋରାସମ୍ବର କ୍ଲବ୍ ଓ ଜେ. ୱା.ଏସ କ୍ଲବ ବିଜୟୀ ହୋଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମ୍ ରେ ସୋହେଲା ଦଳ ଟସ୍ ଜିତି ପ୍ରଥମେ ପଦ୍ମପୁର ବୋରାସମ୍ବର କ୍ଲବ୍ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପଦ୍ମପୁର ଦଳ ରଜତ ବରିହା ଙ୍କ ୫୨ ରନ,ଅବଦୁଲ ରସିଦ ଖାଁ ଙ୍କ ୩୦ ରନ ଫଳରେ ୩୫.୫ ଓଭର ରେ ୧୨୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ସୋହେଲା ପକ୍ଷରୁ ରାହୁଲ ସାହୁ ୨୧/୪, ସଞ୍ଜୟ ଡୁଙ୍ଗୁରି ୨୮/୨,ଗିରିଜା ବାରିକ ୧୦/୨, ଅଶୋକ ମିଶ୍ର ୨୬/୧ ୱିକେଟ୍ ନେଇଥିଲେ। ଜବାବ ରେ ପଦ୍ମପୁର ଦଳର ବୋଲିଂ ର ମୁକାବିଲା କରି ନ ପାରି ସୋହେଲା ଦଳ ର ସମସ୍ତ ଖେଳାଳି ୩୦.୫ ଓଭର ରେ ମାତ୍ର ୯୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସଞ୍ଜୟ ଡୁଙ୍ଗୁରୀ ସର୍ବାଧିକ ୪୧ ରନ ଓ କେଦାର ବେହେରା ୧୨ ରନ କରିଥିଲେ। ପଦ୍ମପୁର ପକ୍ଷରୁ ସନାତନ ମେହେର ୨୫/୩, ଅକ୍ଷୟ ଦଂଶନା ୨୩/୩, ଧରଣୀ ବାରିକ ୧୦/୨, ରଜତ ବରିହା ୨୭/୨ ୱିକେଟ୍ ନେଇଥିଲେ। ଫଳରେ ପଦ୍ମପୁର ଦଳ ମ୍ୟାଚ କୁ ୨୯ ରନ ରେ ଜିତି ନେଇଥିଲା। ମ୍ୟାଚ କୁ ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ।

ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚାୟତ ମହାବିଦ୍ୟାଳୟ ଓ ଜେ. ୱା.ଏସ କ୍ଲବ ମଧ୍ୟ ରେ ହୋଇଥିବା ମ୍ୟାଚ୍ ରେ ଜେ. ୱା.ଏସ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଭିଷେକ ମହାନା ଙ୍କ ୩୨ ରନ, ଦେବେଶ ବଗାର ଙ୍କ ୨୬ ରନ,ଅଜିତ ଙ୍କ ୨୦ ରନ,ଅର୍ପିତ ପଣ୍ଡା ଙ୍କ ୧୪ ରନ ଫଳରେ ଦଳ ୨୬.୧ ଓଭର ରେ ୧୩୨ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରତୀପକ୍ଷ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ଦେବାଶିଷ ଛତର ୨୫/୭, ହନୁମନ୍ତ ଦୀପ ୧୯/୨, ହର ଗୋବିନ୍ଦ ମେହେର ୪୩/୧ ୱିକେଟ୍ ନେଇଥିଲେ। ଜବାବ ରେ ପଞ୍ଚାୟତ ମହାବିଦ୍ୟାଳୟ ଦଳ ହର ଗୋବିନ୍ଦ ମେହେର ଙ୍କ ୨୯ ରନ, ଅଭୟ ଶର୍ମାଙ୍କ ୨୫ ରନ, ଦେବରାଜ ସାହୁ ୧୬ ରନ ଫଳରେ ଦଳ ୨୫.୧ ଓଭର ଖେଳି ମାତ୍ର ୧୦୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଜେ. ୱା.ଏସ କ୍ଲବ ପକ୍ଷରୁ ଜିଆଉର୍ ରେହେମାନ ୨୮/୭, ଅଭିଷେକ ମାହାନା ୨୫/୨,ସେକ ରୁହୁଲ ଅମିନ ୬/୧ ୱିକେଟ ନେଇଥଲେ। ଫଳରେ ଜେ. ୱା.ଏସ କ୍ଲବ ମ୍ୟାଚ କୁ ୨୬ ରନ ରେ ଜିତି ନେଇଥିଲେ। ମ୍ୟାଚ କୁ ପ୍ରଦୀପ ଦାଶ ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିବା ବେଳେସ୍କୋରର ଥିଲେ ମନୋଜ ପାତ୍ର ।

Exit mobile version