ମା ବେତଖଲୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତ ବେତନଟୀ ଗ୍ରାମ ର ଆରାଧ୍ୟ ଠାକୁରାଣୀ ମା ବେତଖଲୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କୁ ଦର୍ଶନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,

ବରିଷ୍ଠ ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳବେହେରା,ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ, କୋରଡ଼ା ପୂର୍ବତନ ସମିତି ସଭ୍ୟ ସୁବ୍ରତ ମିଶ୍ର,ସ୍ଥାନୀୟ ସରପଞ୍ଚ ସୁଶ୍ରିମୟୀ ସାମନ୍ତ ରାୟ,ସମିତି ସଭ୍ୟ ବିଭୂତି ଭୂଷଣ ବେହେରା,ଗ୍ରାମ ସଭାପତି,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗଦେଇଥିଲେ। ରତାଦେଇ ଉନ୍ନୟନ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version