ଗାନ୍ଧିଙ୍କ ଓଡ଼ିଶା ଆଗମନ ର ସତ ବାର୍ଷିକୀ ପାଳନ ଅବସରରେ”ନାଟକ ଗାନ୍ଧୀ ଙ୍କ ଓଡ଼ିଶା” ପାରଳା ରେ ମଞ୍ଚସ୍ଥ

ଓଡିଶା ତାଜା ନ୍ୟୁଜ୍ (୨୫ ମାର୍ଚ୍ଚ ଗୁରୁବାର ) ପାରଳାଖେମୁଣ୍ଡି :- ଗାନ୍ଧୀ ଙ୍କ ଓଡିଶା ଆଗମନ ର ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଶାସଂଗୀତନାଟକ ଏକାଡେମୀ ଆନୁକୁଲ୍ୟ ରେ ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ର କଳାକାର ମାନେ ପରିବେଷଣ କରିଥଲେ ନାଟକ ଗାନ୍ଧୀ ଙ୍କ ଓଡ଼ିଶା, ସ୍ଥାନୀୟ ଟାଉନ୍ ହଲ୍ ଠାରେ ପରିବେଷଣ ହୋଇଥିବା ନାଟକ କୁ ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ନିର୍ଦ୍ଦେଶନା ଓ ମୋନଜ ପାଢ଼ୀ ସହ ନିର୍ଦ୍ଦେଶନା ଗୁରୁରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ , ଅନୁଷ୍ଠାନ ର ୩୦ଜଣ ବରିଷ୍ଟ ଓ ଯୁବ କଳାକାର ନେଇ ମଞ୍ଚସ୍ଥ ଏହି ନାଟକ କୁ ଦର୍ଶକ ଭରପୁର ଉପଭୋଗ କରଥିଲେ , ଗାନ୍ଧୀ ଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ କୁ ନେଇ ଚର୍ଚ୍ଚିତ ଏହି ନାଟକ ର ବିଭିନ୍ନ ଚରିତ୍ର ରେ ଏମ. ପୃଥିବୀରାଜ, ମନୋଜ ପାଢ଼ୀ, ମୁନା ପାଢ଼ୀ, ହିମାଂଶୁ ପଟନାୟକ, ଶୁଭ୍ରାଂଶୁ ପଟନାୟକ, ରଜତ ପାତ୍ର,

ହର ତ୍ରିପାଠୀ, ହରିହର ପଟନାୟକ, ଆଦର୍ଶ ଦାସ,ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ, ଇନ୍ଦିରା ପଟ୍ଟନାୟକ, ଜାନଭୀ ଜେନା, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର ଅଭିନୟ କରିଥିବା ବେଳେ ବ୍ରହ୍ମପୁ୍ର ର ଭୈରବୀ ଚିତ୍ରାଳୟ ରୂପଶଯ୍ୟା କରିଥଲେ, ନାଟକ ପୁର୍ବ ଉଦଘାଟନ ସଭା ରେ ଜିଲ୍ଲା ସଂସ୍କୃତି ଅଧିକାରି ପ୍ରଭାକର ତ୍ରିପାଠୀ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଥିଲେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅନ୍ୟ ମାନଙ୍କ ମଧ୍ୟରେ ପାରଳା ପୌର ପରିଷଦ ର ନିର୍ବାହୀ ଅଧିକାରୀ ଅଶୋକ ରାଉତ, କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଓ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।   (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version