କଟକ କମିଶନରେଟ ପୋଲିସ ହାତରେ ଧରାପଡିଲେ ୫ ଲୁଟେରା

ଓଡିଶା ତାଜା ନ୍ୟୁଜ୍ ( ୨୫ ମାର୍ଚ୍ଚ ଗୁରୁବାର ) କଟକ :- ବୁଧବାର ବିଳମ୍ବିତ ରାତିରେ କଟକ ମଧୁପାଟଣା ଥାନା ଅଞ୍ଚଳର ଜଣେ ଯୁବକର ଅଭିଯୋଗ କୁ ଆଧାର କରି ପୋଲିସ ଜ୍ଞାନ ପାତ୍ର(ମୁଖ୍ୟ ଅଭିଯୁକ୍ତ) ଏବଂ ତାର ୫ ସହଯୋଗୀଙ୍କୁ ଗିରଫ କରିଛି ମଧୁପାଣା ପୋଲିସ । ଧରାପଡିଥିବା ଞାନର ସହଯୋଗୀ ମାନେ ହେଲେ , ଦୀପକ ବେହେରା, ସନ୍ତୋଷ ପାଠକ, ରାଜା, କୁନା ବେହୁରା ଓ ସୁଧୀର ।

ପୋଲିସ ତଥ୍ୟ ନୁଯାଇ ଏମାନେ ଅନ୍ଧାର ଅଞ୍ଚଳରେ ଲୋକ ଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟୁଥିଲେ । ପୋଲିସ ସେମାନଙ୍କ ପାଖରୁ ୪ ଟି ବନ୍ଧୁକ, ୮ ଟି ମାରଣାସ୍ତ୍ର, ୬ ଟି ମୋବାଇଲ ଓ ୨ ଟି କାର ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଜ୍ଞାନ ନାମରେ ୧୯ ଟି କେଶ ଅଛି। ଏବଂ ଏହି ଗ୍ରୁପ ମୁଖ୍ୟତଃ କେନ୍ଦ୍ରାପଡା, ଜଗତସିଂହପୁର, କଟକ ରେ ଅଧିକ ସକ୍ରିୟ ଥିଲେ। ବୋଲି କଟକ ଡିସିପି ପ୍ରତିକ ସିଂହ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

 

Exit mobile version