ସିଗନାଲ ନ ପାଇ ଠିଆ ହୋଇ ରହିଲା ପାଞ୍ଚଟି ଟ୍ରେନ, ଲୋକେ ବହୁ ଅସୁବିଧାର ସମ୍ମୁଖୀନ

ଓଡିଶା ତାଜା ନ୍ୟୁଜ୍ ( ୨୫ ମାର୍ଚ୍ଚ ଗୁରୁବାର ) ବାଲେଶ୍ଵର :- ରୂପସା, ବାଲେଶ୍ଵର ଜିଲ୍ଲା ଦଖିଣପୂର୍ବ ରେଳପଥର ରୂପସା ଜଙ୍କ୍ସନର ଉତ୍ତର କେବୀନ ନିକଟରେ ଥିବା ରେଳବାଇ ଗେଟର ତାର ଖରାପ ଯୋଗୁ ସିଗନାଲ ନ ପାଇ ପାଞ୍ଚଟି ଟ୍ରେନ ଠିଆ ହୋଇ ରହିଲା  l ପ୍ରାୟ 30 ମିନଟ ରୁ ଅଧିକା ସମୟ ଛିଡା ହେଲା ପରେ ଷ୍ଟେସନ ମାଷ୍ଟର ଙ୍କ ହସ୍ତକ୍ଷେପ ପରେ ଗଡିଲା ଟ୍ରେନ  l

ତେବେ ବହୁ ସମୟରେ ଏପରି ସ୍ଥିତି ଉପୁଜୁଥିବା ରୁ ଲୋକେ ତଥା ମୟୁରଭଞ୍ଜ ଜିଲ୍ଲାକୁଓ ବିଭିନ୍ନ ଅଂଚଳକୁ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦଖିଣପୂର୍ବ ରେଳ ବିଭାଗର ଏହି ଭଳି ଖାମଖିଆଲି ପାଇଁ ସବୁ ମହଲରେ ଆଲୋଚନାର ବିଷୟ ପାଲଟିଯାଇଛି l  (ଦୀପ୍ତିମାନ ପତି, ବାଲେଶ୍ୱର )

Exit mobile version