ପୂର୍ବତନ ମଣ୍ଡଳ ସଭାପତି ମଦନମୋହନ ପଟେଲ ହେଲେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ

ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଜଗଦଲପୁର ପୂର୍ବତନ‌‌‌ ମଣ୍ଡଳ ସଭାପତି ମଦନମୋହନ ପଟେଲଙ୍କୁ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ କାନ୍ତ ମିଶ୍ର ଆଜି ବିଧି ବଦ୍ଧ ଭାବରେ ଘୋଷଣା କରିଛନ୍ତି । ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପଟେଲ ଭାବେ ରହି ଅଞ୍ଚଳ ତୃଣମୂଳ ସ୍ତରରେ ସଂଗଠନ କୁ ସଦୃଢ କରିବା ରେ ଆଗଭର ହେଇଛନ୍ତି । ସେ ଜଗଦଲପୁର ନିବାସୀ ଅଟନ୍ତି । ଜଣେ ଲୋକପ୍ରିୟ ହେତୁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ଵ ପାଇଥିବାରୁ ବରଗଡ଼ ସମେତ ପଦ୍ମପୁର ଉପଖଣ୍ଡର ପାଇକମାଳ ଝାରବନ୍ଦ ବ୍ଳକ ଅଞ୍ଚଳ ରେ ଆନ୍ଦନ ର ଲହରୀ ଖେଳିଯାଇଛି ।

ସେ ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ଵ ପାଇଁ ଥିବା ରୁ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ , ବରଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଙ୍କୁ ତଥା ଦଳିୟ କର୍ମି ତଥା ବରିଷ୍ଠ ନେତା ମାନଙ୍କୁ ଶ୍ରେୟ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟେଲ ଙ୍କୁ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଦାୟିତ୍ଵ ମିଳିଥିବା ରୁ ପୁର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶ୍ରୀ ପଟେଲଙ୍କୁ ଅଭିନନ୍ଦନ ଜଣାଇଥିବା ସହ କୃଷକ ମାନଙ୍କ ବିକାଶ ଦିଗରେ କାମ କରିବାକୁ ପରାମର୍ଶ ଦେବା କୃତଜ୍ଞତା ଜ୍ଞାପନ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version