Home ଓଡ଼ିଶା ନେଦରଲାଣ୍ଡରୁ ଓଡିଶା ଫେରିଲା ଯୁବ ଇଂଜିନିୟର ଲଳିତଙ୍କର ପାର୍ଥିବ ଶରୀର; ଫେରାଇ ଆଣିଲା ଓଡିଶା-ମୋ ପରିବାର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ,ମଙ୍ଗଳବାର ) ମୟୁରଭଞ୍ଜ :- ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ନୂଆଗାଁର ପ୍ରଫୁଲ୍ଲ ଦାସଙ୍କ 36 ବର୍ଷୀୟ ପୁତ୍ର ଲଳିତ ଦାସଙ୍କର ନେଦରଲାଣ୍ଡ ରେ ମୃତ୍ୟୁ ହୋଇଯାଇଥିବା ଗତ ମାର୍ଚ୍ଚ ୧୮ ତାରିଖରେ ତାଙ୍କ ପରିବାର ଲୋକ ଜାଣିବାକୁ ପାଇବା ପରେ ସମଗ୍ର ବେତନଟୀ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତଃ ଲଳିତ ହାଇଦ୍ରାବାଦର ଏକ ସଫ୍ଟଓୟାର କମ୍ପାନୀରେ ଜଣେ ଇଂଜିନିୟର ଭାବେ କାର୍ଯ୍ୟରତ ଥିଲେ । କମ୍ପାନୀ ଗତ ଅକ୍ଟୋବରରେ ତାଙ୍କୁ ଏକ ବର୍ଷ ନିମନ୍ତେ ନେଦରଲାଣ୍ଡ ପଠାଇଥିଲେ। ଗତ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ସେ ତାଙ୍କର ପତ୍ନୀଙ୍କ ନିକଟକୁ ଫୋନ କରି କଥା ହୋଇଥିଲେ । ତହିଁ ପରଠାରୁ ତାଙ୍କ ସହିତ ଫୋନ ଯୋଗାଯୋଗ ହୋଇ ପାରି ନଥିଲା । ଗୁରୁବାର ଦିନ ନେଦରଲାଣ୍ଡରେ ଥିବା ଦୂତାବାସରୁ ଫୋନ ଆସିବା ପରେ ଲଳିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ମୃତ ଲଳିତଙ୍କ ପାର୍ଥିବ ଶରୀର କିପରି ଓଡିଶା ଫେରିବ ସେଥି ନିମନ୍ତେ ତାଙ୍କର ବନ୍ଧୁ ଫୋନ ଯୋଗେ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ଏସଡିସି ଚେୟାରମ୍ୟାନ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡ଼ଃ ଦେବାଶିଷ ମାରାଣ୍ଡିଙ୍କୁ ଜଣାଇବା ପରେ ଯାଜପୁର ବିଦାୟକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ଡ଼ଃ ଦେବାଶିଷ ମାରାଣ୍ଡି ପାର୍ଥିବ ଶରୀରକୁ ଓଡିଶା ଫେରାଇ ଆଣିବା ନିମନ୍ତେ ଓଡିଶା-ମୋ ପରିବାରର ସହଯୋଗ ଲୋଡ଼ିଥିଲେ । ସଙ୍ଗେସଙ୍ଗେ ଓଡିଶା- ମୋ ପରିବାର ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଯୁବ ଇଂଜିନିୟର ଲଳିତଙ୍କର ମୃତ ଶରୀର କିପରି ନେଦରଲାଣ୍ଡ ରୁ କୋଲକାତା ସ୍ଥାନାନ୍ତରିତ ହେବ ସେଥି ନିମନ୍ତେ ପଦକ୍ଷେପ ନେଇଥିଲେ । କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରୁ ସ୍ୱର୍ଗତଃ ଲଳିତଙ୍କର ପାର୍ଥିବ ଶରୀର କିପରି ପୈତୃକ ଗ୍ରାମକୁ ଫେରିବ ସେଥି ନିମନ୍ତେ ଓଡିଶା-ମୋ ପରିବାର ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସର ସହାୟତା ପ୍ରଦାନ କରାଯାଇଥିଲା । କୋଲକାତା ବିମାନବନ୍ଦର ରେ ଲଳିତଙ୍କ ମୃତଦେହ ପହଞ୍ଚିବା ପରେ ଡ଼ଃ ମାରାଣ୍ଡି ଏବଂ ମୟୂରଭଞ୍ଜ ଜିଲ୍ଲା ଓଡିଶା-ମୋ ପରିବାରର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ଦେବାଶିଷ ମହାନ୍ତି ଉପସ୍ଥିତ ରହି ପାର୍ଥିବ ଶରୀରକୁ ପୈତୃକ ଗ୍ରାମକୁ ଫେରାଇ ଆଣିବାରେ ସହାୟତା କରିଥିଲେ । ପାର୍ଥିବ ଶରୀର ଓଡିଶା ଫେରିବା ପରେ ଓଡିଶା- ମୋ ପରିବାର ପକ୍ଷରୁ ଡ଼ଃ ଦେବାଶିଷ ମାରାଣ୍ଡି ବଡ଼ସାହିର ପୂର୍ବତନ ବିଧାୟକ ଶ୍ରୀ ଗଣେଶ୍ୱର ପାତ୍ର, ବ୍ଲକ ଚେୟାରମ୍ୟାନ ଶ୍ରୀ ଲକ୍ଷ୍ମୀ ସିଂ, ଶ୍ରୀ ଦେବାଶିଷ ମହାନ୍ତି ଅନ୍ତିମ କ୍ରିୟା ସମ୍ପନ୍ନରେ ସହାୟତା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମୃତକଙ୍କ ପରିବାରବର୍ଗକୁ ସମବେଦନା ଜଣାଇଥିଲେ । ଆବଶ୍ୟକ ସମୟରେ ସାହାଯ୍ୟ କରିଥିବା ହେତୁ ଶୋକସନ୍ତପ୍ତ ପରିବାରବର୍ଗ ଓଡିଶା- ମୋ ପରିବାର ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଲଳିତଙ୍କର ଶେଷକୃତ୍ୟ ସଂପନ୍ନ ହେବା ସମୟରେ ସମଗ୍ର ଗ୍ରାମବାସୀ ସେଠାରେ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ by Proprietor Abhimanyu Maharana August 1, 2026 ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ by Proprietor Abhimanyu Maharana August 1, 2026 ପୂର୍ବତନ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି by Proprietor Abhimanyu Maharana August 1, 2026 ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି by Proprietor Abhimanyu Maharana August 1, 2026