ଝାରସୁଗୁଡ଼ା (ଓଡିଶା ତାଜା ନ୍ୟୁଜ୍ ) ଝାରସୁଗୁଡ଼ା 14.2.2020 :- ଝାରସୁଗୁଡ଼ା, ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍ଏଫ୍ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି । ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମଏଫସି ଦିଗ ବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ । ଅଭିଯୁକ୍ତ ଅନୁପ ସାଏଙ୍କୁ ରାୟଗଡ଼ ଜେଲକୁ ପଠାଇ ଦେଇଥିଲେ । ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍ସପେକ୍ଟର ରୀନା ବୁଲବୁଲ ତଦନ୍ତ ପରିଚାଳନା କରୁଥିଲେ । ଦୁଇ ରାତି ଓ ଗୋଟିଏ ଦିନ ଅନୁପଙ୍କୁ ମାରାଥନ ଜେରା କରିବା ପରେ ଆଜି ଅପରାହ୍ନ ୨ ଟାରେ ଚକ୍ରଧରନଗର ଥାନାରେ ଆଣି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏସପି ଏହି ମାମଲାର ବିବରଣୀ ପ୍ରଦାନ କରିଥିଲେ । ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସପି ପ୍ରକାଶ କରିଥିଲେ । ଅନୁପ ସାଏ ପରକୀୟା ପ୍ରୀତିରେ ଲିପ୍ତ ହେବା ତା\’ପରେ ଉକ୍ତ ମହିଳା ଓ ତାଙ୍କ ଝିଅକୁ ଛତିଶଗଡ଼ ନେଇ ହତ୍ୟା କରିଥିବା ପ୍ରମାଣ ସହ ଉପସ୍ଥାପନ କରିଛି ପୁଲିସ । ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସ୧ିଳନୀ କରି କହିଛନ୍ତି ଯେ ପଚରାଉଚରା ସମୟରେ ଅନୁପ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଯଦିଓ କାଲି ଠାରୁ ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ସ୍ପଷ୍ଟ ହୋଇଥିଲା, କିନ୍ତୁ କିଭଳି ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଥିଲା ଓ ଅନୁପ ସାଏ ଏଥିରେ କିପରି ଭୂମିକା ନିଭାଇ ଥିଲେ ତାହା ଜଣାପଡ଼ିନଥିଲା । ଆଜି ଛତିଶଗଡ଼ ପୁଲିସ ପୂରା ଘଟଣା ଉପରୁ ପରଦା ହଟାଇଛି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ନେଇ ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସ୧ିଳନୀରେ ମା’ ଓ ଝିଅ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ୨୦୧୬ ମେ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା । ଅନୁପଙ୍କ ଡ୍ରାଇଭର୍ ବର୍ମନ୍ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ୨୦୦୫ ମସିହାରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ । ଏହାପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ । ୨୦୧୧ ମସିହାରୁ ଭୁବନେଶ୍ୱରର ସୁନ୍ଦରପଦାରେ ଅନୁପ ସାଏଙ୍କର ଏକ ଫ୍ଲାଟରେ ରହୁଥିଲେ କଳ୍ପନା । ସେ ଦୁହେଁ ପ୍ରାୟ ଲିଭ୍ ଇନରେ ରହୁଥିଲେ । ଖାଲି ସେତିକି ନୁହେଁ, ଦୁହେଁ ସାଙ୍ଗ ହୋଇ ବିଶାଖାପଟନମ୍, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଗୋଆ ଆଦି ସ୍ଥାନକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସମୟ ସମୟରେ ବିବାହ ପାଇଁ ଅନୁପଙ୍କ ଉପରେ କଳ୍ପନା ଚାପ ପକାଇଥିଲେ । ଖାଲି ସେତିକି ନୁହେଁ ଅନୁପ ସାଏ ତାଙ୍କର କେତେକ ସଂପତ୍ତି ତାଙ୍କ ନାଆଁରେ କରନ୍ତୁ ବୋଲି ବି ଦାବି କରୁଥିଲେ କଳ୍ପନା । ଏହାପରେ ଅନୁପ ସାଏ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ତାହା ଅନୁଯାୟୀ, ରାୟଗଡ଼ରେ ବାହା ହେବାର ମିଛ ବାହାନା ଦେଖାଇ ହମୀରପୁରରେ ଥିବା ନିଜର ଜନୈକ ସଂପର୍କୀୟଙ୍କ ଘରକୁ ଯିବାକୁ କହି ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲେ । ସେ ହମୀରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ । ମୃତଦେହ ଜବତ ହେବା ପରେ ପରିଚୟ ନ ପାଇ ଛତିଶଗଡ଼ ପୁଲିସ୍ ମୃତ କଳ୍ପନା ଓ ଝିଅ ବବଲିଙ୍କର ଫଟୋ ବିଭିନ୍ନ ପୁଲିସ୍ ଥାନାରେ ମାରିଥିଲା । କଳ୍ପନାଙ୍କର ଜଣେ ସଂପର୍କୀୟ ଭାଇ କନେଷ୍ଟବଳ ସରୋଜ ଦାସ ପ୍ରଥମେ ଫଟୋରୁ କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ । ଏହାପରେ ପୁଲିସ ତଦନ୍ତ ଜୋରଦାର ହୋଇଥିଲା । ଅନୁପ ସାଏ ସନ୍ଦେହ ଘେରକୁ ଆସିଥିଲେ । ମୃତକଙ୍କ ଫୋନ ନମ୍ବର ପାଇବା ପରେ କଲ୍ ରେକର୍ଡରୁ ଅନୁପଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା । ହତ୍ୟାକାଣ୍ଡ ଦିନ ଭୁବନେଶ୍ୱରରୁ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ ସାଏ କୌଣସି ଏତଲା ଦେଇ ନ ଥିଲେ । ୨୦୧୧ରୁ ୨୦୧୬ ରେ ସାଙ୍ଗରେ ରହୁଥିଲେ ବି ଅନୁପ ଏ ନେଇ ଏତଲା ନଦେବା ପୁଲିସର ସନ୍ଦେହ ବଢ଼ାଇଥିଲା । ଏହାପରେ ବହୁଥର ଅନୁପଙ୍କୁ ଛତିଶଗଡ଼ ପୁଲିସ୍ ପକ୍ଷରୁ ନୋଟିସ୍ ହୋଇଥିଲା, ମାତ୍ର ସେ ସହଯୋଗ କରି ନ ଥିଲେ । କେବଳ “ପ୍ରମାଣ କଣ’ ବୋଲି ଓଲଟା ପୁଲିସକୁ କହିଆସୁଥିଲେ ଅନୁପ । ଏହି ଘଟଣାରେ ଛଅଟି ରାଜ୍ୟର ପୁଲିସ୍ ସହ ଯୋଗାଯୋଗ କରିଥିଲା ଏବଂ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ଛତିଶଗଡ଼ ପୁଲିସ୍ । ଛତିଶଗଡ଼ ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହଙ୍କ ସୂଚନା ଅନୁଯାୟୀ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ । ତା’ଛଡ଼ା ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ବି ମେଳ କରାଯିବ ଏବଂ ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ ହେବ । ଡ୍ରାଇଭରକୁ ଧରିବାଲାଗି ପୁଲିସ୍ ଉଦ୍ୟମ କରୁଥିବା ସେ କହିଛନ୍ତି । ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ।
ଜେଲ ଗଲେ ଅନୁପ ସାଏ

- Categories: Uncategorized, ଅପରାଧ, ଓଡ଼ିଶା, ରାଜନୀତି, ହୋମ୍
Related Content
ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ
by
Proprietor Abhimanyu Maharana
October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ - ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
by
Proprietor Abhimanyu Maharana
October 29, 2026
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
by
Proprietor Abhimanyu Maharana
October 29, 2026
ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
by
Proprietor Abhimanyu Maharana
October 29, 2026