ହାଣ୍ଡିଆ ନ ଦେବାରୁ ଜଣକୁ ପଥରରେ ଛେଚି ହତ୍ୟା

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ରାଇରଙ୍ଗପୁର  :-  ହାଣ୍ଡିଆ ନ ଦେବାରୁ ଜଣକୁ ପଥରରେ ଛେଚି ହତ୍ୟା କରିବା ଅଭାବନୀୟ ଘଟଣା ୨୦୧୭ରେ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପିଠା କୁଟୁଣୀ ଗ୍ରାମରେ ଘଟିଥିଲା । ଆଜି ଉକ୍ତ ହତ୍ୟା ଘଟଣାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଅଦାଲତ। ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡିବ। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ ମଙ୍ଗଳବାର ମାମଲାର ଶୁଣାଣି କରି ଦୋଷୀଙ୍କୁ ଏହି ଦଣ୍ଡ ଦେଇଛନ୍ତି । ଦଣ୍ଡିତ ଆସାମୀ ହେଲେ ପିଠା କୁଟୁଣୀ ଗ୍ରାମର ଅର୍ଜୁନ ମାଝୀ ।

ସୂଚନାଯୋଗ୍ୟ ଅର୍ଜୁନ ଗାଁର ପିର୍ଥୀ ମାଝୀ ନାମକ ହାଣ୍ଡିଆ ବିକ୍ରେତାଙ୍କ ପାଖକୁ ହାଣ୍ଡିଆ ପିଇବାକୁ ଯାଇଥିଲା କିନ୍ତୁ ଅର୍ଜୁନ ଅଲଗା ଜାତିରେ ବିବାହ କରି ଥିବାରୁ ପିର୍ଥୀ ହାଣ୍ଡିଆ ଦବାକୁ ମନା କରିଥିଲେ । ଏହାକୁ ନେଇ ଅର୍ଜୁନ ରାଗ ରଖିଥିଲା ଓ ସୁଯୋଗ ଦେଖି ୨୦୧୭ ମସିହା ଡିସେମ୍ବର ୩ ତାରିଖ ଦ୍ୱିପ୍ରହରରେ ଗାଁ ନିକଟ ବିଲରେ ପିର୍ଥୀକୁ ଏକୁଟିଆ ପାଇ ପଥରରେ ଛେଚି ହତ୍ୟା କରିଥିଲା । ଚାରିବର୍ଷ ପରେ ଆଜି ଅଦାଲତରେ ରାୟ ପ୍ରକାଶ ପାଇଛି । ସରକାରୀ ଓକିଲ ପଙ୍କଜ ଦାସ କେଶ ପରିଚାଳନା କରୁଥିଲେ ।

Exit mobile version