ଚାଷୀ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଳ ଅଂଚଳର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ପାଇକମାଳ ବ୍ଳକ କଂଗ୍ରେସ କମିଟୀ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପାଇକମାଳ ତହସିଲଦାରଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଗତ ଖରିଫ୍ ଋତୁ ସମୟ ରେ ଧାନ ସଂଗ୍ରହ ବେଳେ, ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀ ପାଖରେ ଟୋକନ ଥାଇ ସୁଦ୍ଧା କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ଟୋକନ ଲେପ୍ସ ହେବା ଚାଷୀ କୁ ଯେତିକି କଷ୍ଟ ହେଉଛି ସେତିକି କ୍ଷତି ସହିବାକୁ ପଡ଼ିଛି lଚଳିତ ରବି ଋତୁରେ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି l

ଚଳିତ ରବିଋତୁରେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ନବିକରଣ ଫର୍ମ ସମେତ ଜମି ମାଲିକାନା ର ଆଧାର କାର୍ଡ ଓ ମାଲଗୁଜାରି ରସିଦ କୁ କୃଷି ସମବାୟ ସମିତି ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଇଛି।ଯାହାକି ସମସ୍ତ ଚାଷୀ ଭାଇଙ୍କ ପାଇଁ ସମ୍ଭବ ନୁହେଁ lଚଳିତ ବର୍ଷ ସରକାର ମାଲ ଗୁଜାରି କୁ ଅନଲାଇନ ପେସେଣ୍ଟ କୁ ବାଧ୍ୟତାମୂଳକ କରିଛନ୍ତି lଯଦି ଗୋଟିଏ ଖତିଆନ କୁ ଅନେକ ଭାଇ ଜମିକୁ ଭାଗ ଚାଷ କରୁ ଥିବାବେଳେ ସମସ୍ତେ ଟଙ୍କା ଯୋଗାଡ କରିବା ଏକ କାଳିନ ସମ୍ଭବ ହୋଇ ପାରିବନାହିଁ l

ଏମିତି ଅନେକ ଗୁଡ଼ିଏ କାରଣ ସହ ଆଶୁ ପ୍ରତିକାର ସକାଶେ ପାଇକମାଳ ବ୍ଳକ କଂଗ୍ରେସ କମିଟୀ ସଭାପତି ତଥା ଭେଙ୍ଗରେଜପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ଯ ବିନୋଦ ବିହାରୀ ବିଶ୍ବାଳଙ୍କ ନେତୃତ୍ବରେ ସର୍ବ ଶ୍ରୀ ଅଶ୍ୱିନୀ କୁମାର ପଟେଲ, ପ୍ରାଣବନ୍ଧୁ ଦାଶ, ବିଜୟାନନ୍ଦ ପଟ୍ଟନାୟକ,ଧନିରାମ ଭୋଇ,ବୈବସ୍ୱତା ପ୍ରଧାନ,ଚନ୍ଦୁଲାଲ ପ୍ରଧାନ,ଯୁବନେତା ଗତିକୃଷ୍ଣ ଭୋଇ, ପ୍ରହଲ୍ଲାଦ ସରାଫ,ରଘୁ ପ୍ରଧାନ,ରଘୁମଣୀ ବେହେରା, ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ବିନୋଦ କାଲିଆ ପ୍ରମୁଖ ଏକ ପ୍ରତନିଧି ଦଳ ଆଜି ସ୍ଥାନୀୟ ତହସିଲଦାର ପାଇକମାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version