ଏପ୍ରିଲରୁ ଜୋରଦାର ହେବ ଧରପଗଡ, ହେଲମେଟ୍‌ ନପିନ୍ଧିଲେ ବାତିଲ କରାଯିବ ଡିଏଲ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ଭୁବନେଶ୍ୱର :- ଏପ୍ରିଲ ପହିଲାରୁ ହେଲମେଟ ପିନ୍ଧିବା ନେଇ ହେବ ସ୍ପେଶାଲ ଡ୍ରାଇଭ୍‌ । ଜୋରଦାର ହେବ ଧରପଗଡ । ଆଇନ ଖିଲାପକାରୀଙ୍କ ଉପରେ ରଖାଯିବ କଡା ନଜର । ଉଲଂଘନ କଲେ ଏଣିକି ଡିଏଲ ବାତିଲ ହେବ  ।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଏପ୍ରିଲ ପହିଲାରୁ ଗୋଟିଏ ମାସ ପାଇଁ ସ୍ପେଶାଲ ଡ୍ରାଇଭ୍‌ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ୍ ‌। ସଡକ ସୁରକ୍ଷାର ବିଭିନ୍ନ କ୍ଷେତ୍ରରେ ଅଡିଟ କରାଯିବ । ବ୍ଲାକସ୍ପଟ୍‌ ଅଞ୍ଚଳରେ ସିସି କ୍ୟାମେରା ଲଗାଇବାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେବେ ।

ବ୍ଲାକସ୍ପଟ ରାସ୍ତାର ମରାମତି ଦିଗରେ ଏକ ଦୀର୍ଘକାଳୀନ ଯୋଜନା କରିବାକୁ କୁହାଯାଇଛି ।  ଏନେଇ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ । ଜିଲ୍ଲାପାଳମାନେ ଚଳିତ ବର୍ଷ ଲାଗି ସଡକ ଦୁର୍ଘଟଣାରେ ୧୦ପ୍ରତିଶତ ହ୍ରାସ କରିବାକୁ ଏକ ଭିଜନ ଭାବେ ଗ୍ରହଣ କରିବାକୁ କୁହାଯାଇଛି ।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସଂକ୍ରାନ୍ତ ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ । 

Exit mobile version