ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳ ବାର ) ବରଗଡ :- ଆସନ୍ତା ୨୮ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବ ର ପ୍ରସ୍ତୁତି ବୈଠକ ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଦୈନିକ ସଂବାଦର ସଂପାଦକ ତଥା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ପଦ୍ମଶ୍ରୀ ହଳଧର ନାଗ ସମ୍ମାନୀତ ଅତିଥିରୂପେ ଯୋଗଦାନ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି ।

ଉକ୍ତ ବୈଠକରେ ଗୁରୁଶ୍ରୀ ଭଗବାନ ସାହୁ ସ୍ମୃତି କମିଟୀର ସଂପାଦକ ଶ୍ରୀ ପ୍ରଦୀପ ଦେବତା, ଦଧିବାବନ ଶତପଥୀ,ଲୁଲୁ ରବୀନ ଦାସ,ପ୍ରୀତମ ସିଂ, ରୋହିତ କୁମାର ଦାଶ,ଡଃ ଶେଷନ ବିଶି, ଅଶୋକ ପଶାୟତ,ପଞ୍ଚାନନ ବାରିକ,ତରଣୀସେନ ବୁଧିଆ, ମାମରାଜ ସ୍ବାଇଁ,ଉଦ୍ଧବ ବେହେରା,ଶିବାନନ୍ଦ ମଟାରୀ, ନିତୀଶ ଆଚାର୍ଯ୍ୟ ପ୍ରମୂଖ ଯୋଗଦାନ କରିଥିଲେ । ଶେଷରେ ସହ ସଂପାଦକ ତେଜରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version