ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୩ ମାର୍ଚ୍ଚ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ଅପରାହ୍ଣରେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ସେଚ ସଦନ ଠାରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯନ୍ତ୍ରୀ-ପ୍ରକଳ୍ପ, ଯୋଜନା, ସର୍ବେକ୍ଷଣ ଓ ଅନୁସନ୍ଧାନ ଡଃ. ଅକ୍ଷୟ କୁମାର ଦାସ ଅଧ୍ୟକ୍ଷତା କରିଥିଲୋ । ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତ୍ୟକ ପ୍ରାନ୍ତରୁ ବିଭାଗୀୟ ଯନ୍ତ୍ରୀମାନେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଚଳିତ ବର୍ଷ ବିଶ୍ୱ ଜଳ ଦିବସର ବାର୍ତା ବା ପ୍ରସଙ୍ଗ ରହିଥିଲା ଠବକ୍ଷଙ୍କସଦ୍ଭଶ ଡବଗ୍ଧରକ୍ସ ବା ଜଳର ମହତ୍ୱ ବୁଝି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯେପରି ଜଳର ଅଭାବ ନ ଘଟେ ,

ସେଥିପ୍ରତି ଦୃଷ୍ଟି ଦେଇ ଜଳର ମୂଲ୍ୟ ବୁଝି ଜନସଚେତନତା ସୃଷ୍ଟି କରିବା ଏବଂ ଜଳର ସୁପରିଚାଳନା କରାଯିବା ସମ୍ପର୍କରେ ବକ୍ତାମାନେ ବିିଷଦ୍ ଭାବେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟଯନ୍ତ୍ରୀ, ବନ୍ଧ ନିରାପତା ଇଂ. ଲିଙ୍ଗରାଜ ଗୌଡଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ ବକ୍ତାଭାବେ ଇଂ.ଗୌଡ, ବିଭାଗୀୟ ନିର୍ଦ୍ଦେଶକ-ପ୍ରକଳ୍ପ, ଯୋଜନା, ସର୍ବେକ୍ଷଣ ଓ ଅନୁସନ୍ଧାନ ଇଂ. ସାଗର ମହାନ୍ତି, ସହକାରୀ ନିର୍ଦ୍ଦେଶକ, ନକ୍ସାଙ୍କନ ଇଂ. ଶୁଭ୍ରାଂଶୁ ଦ୍ୱିବେଦୀ, ଏମ୍‌.ଡି. ଓ.ସି.ସି ଇଂ. ଅସୀମ କୁମାର ମହାନ୍ତି, ଇଂ. ଅକ୍ଷୟ କୁମାର ଦାସ ଏବଂ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ. ବି.ଏସ୍‌.ଏସ୍‌. ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରାମର୍ଶଦାତା ଇଂ. ହରମୋହନ ପ୍ରଧାନ ମହାନଦୀ ଜଳ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତା ଇଂ.ଗୌଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version