ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ତୃତୀୟ ବୈଠକୀ ସଂକୀର୍ତ୍ତନ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୨ ମାର୍ଚ୍ଚ ସୋମବାର) କଳାହାଣ୍ଡି :- କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଙ୍ଗଠନ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ତୃତୀୟ ବୈଠକୀ ସଂକୀର୍ତ୍ତନ ଉତ୍ସବ ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଗୋଟି ବୈଠକୀ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ।ଉତ୍କଷ୍ଠ କଳା ପ୍ରଦର୍ଶନ ନିମନ୍ତେ କୀର୍ତ୍ତନ ଦଳକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି,

ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମସୁନ୍ଦର ସେନାପତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ,ଗୈ।ରଚନ୍ଦ୍ର ଭୋଇ, ନୀଳମଣି ସାହୁ,ରୁପ୍ରା ସରପଞ୍ଚ ବିଷୟା ମାଝୀ ପ୍ରମୁଖ ଯୋଗଦାନ କରିଥିଲେ।ମଞ୍ଚରେ ସମାଜସେବୀ ଡଃ ସାଧୁରାମ ଅଗ୍ରୱାଲଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ହରେକୃଷ୍ଣ ଭୋଇ,

ସଂସ୍କାର ଭାରତୀ ନର୍ଲା ସଂଯୋଜକ କ୍ଷୀରୋଦ ଚନ୍ଦ୍ର ପାତ୍ର, ସହ ସଂଯୋଜକ ହୃଷିକେଶ ଗଡତିଆଙ୍କ ତତ୍ବାବଧାନରେ ଏଥିରେ ଉତ୍କଳ ପଶ୍ଚିମ ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ମିଶ୍ର, ଖଗେଶ୍ବର ବାବା, ସନ୍ତୋଷ କୁମାର ଦାଶ,ସତ୍ୟ ମେହେର,ଜଗୁଲାଲ ଭୋଇ,ସଭାକର ପଧାନ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ କରିଥିଲେ। ମଧୁସୂଦନ ରାଉତ କଳା ପରିବେଷଣ ମଞ୍ଚରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version