ଆମଣ ପ୍ରିମିୟର ଲିଗ୍ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) କଟକ :- କଟକ ସଦର ବ୍ଲକ ଆମଣ ପଞ୍ଚାୟତର, ଆମଣ ଖେଳପଡିଆରେ ଚାଲିଥିବା ଏପିଏଲ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ, ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସାଇନି ଲାୟନ୍ସ ବନାମ ସାଇନାଥ ଫାଇଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ପ୍ରଥମେ ବ୍ୟାଟିଂ ନେଇ ସାଇନ୍ ଲାୟନ୍ସ ୧୫୦ ରନ କରିଥିଲା ।

ଏହାର ପ୍ରତି ଜବାବରେ ସାଇନାଥ ଫାଇଟର୍ସ ୧୪୦ ରନ କରିଥିଲା । ୧୦ ରେ ସାଇନିଂ ଲାୟନ୍ସ ଚଳିତ ବର୍ଷ ଆମଣ ପ୍ରିମିୟର ଲିଗ୍ ଚମ୍ପିୟନ ହୋଇଥିଲା । ଆୟୋଜିତ ପୁରଷ୍କାର ବିତରଣୀ ଉସ୍ଚବରେ ଆମଣ ସରପଞ୍ଚ ପୁନାନନ୍ଦ ଭୋଇ, ପଞ୍ଚାୟତ ବିଜେଡି ସଭାପତି ବିପ୍ରଚରଣ ଭୋଳ, ଓୟୁଡ଼ବ୍ଲୁଜେର କଟକ ଜିଲ୍ଲା ସଭାପତି ଅମୂଲ୍ୟ କୁମାର ବାରିକ,

ସମାଜସେବୀ ବାବାଜୀ ଭୋଳ, ନିରଞ୍ଜନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଅତିଥିମାନେ ବିଜୟୀ ଏବଂ ରନର୍ସ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣାମେଣ୍ଟକୁ ଆମଣ ପ୍ରିମିୟର ଲିଗର କର୍ମକର୍ତ୍ତା ପରିଚାଳନା କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version