ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ଇସ୍ତାହାର ଜାରି କରାଯାଇଛି

ନିର୍ବାଚନୀ ଇସ୍ତାହାର ଘୋଷଣା କଲା ବିଜେପି,ଚାକିରୀ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ୩୩ ପ୍ରତିଶତ ସଂରକ୍ଷଣ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ଇସ୍ତାହାର ଜାରି କରାଯାଇଛି । ଟିଏମସି ପୂର୍ବରୁ ନିଜର ଇସ୍ତାହାର ପ୍ରକାଶ କରିସାରିଥିବା ବେଳେ ରବିବାର ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତାହାର ଜାରି କରିଛନ୍ତି । ଏହି ଘୋଷଣା ପତ୍ର ଜାରିକରି ଅମିତ ଶାହା କହିଛନ୍ତି,ଏହା କେବଳ ଘୋଷଣା ନୁହେଁ, ଏହା ଆମ ଲାଗି ସଂକଳ୍ପ । ବିଜେପିର ଏହି ଘୋଷଣା ପତ୍ରରେ ମହିଳାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ,କୃଷକ ଆଦି ସମସ୍ତ ବର୍ଗ ଉପରେ ଖାସ ଧ୍ୟାନ ରଖା ଯାଇଛି । ଏଥିସହ ସୀମା ସୁରକ୍ଷା ଓ ଅନୁପ୍ରବେଶକୁ ନେଇ କଡା ଆଭିମୁଖ୍ୟ ଦେଖାଇଛି ବିଜେପି । ଆସନ୍ତୁ ଜାଣିବା ନିର୍ବାଚନକୁ ନେଇ ବିଜେପିର କଣ ରହିଛି ପ୍ରତିଶୃତି…..

୧-ଚାକିରୀ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ୩୩ ପ୍ରତିଶତ ସଂରକ୍ଷଣ ।

୨-ମସ୍ୟଜୀବି ମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବେ ସରକାର ।

୩-ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା ଲାଗି ବ୍ୟବସ୍ଥା କରାଯିବ ।

୪-ଶରଣାର୍ଥୀ ଭାବରେ ରହିଥିବା ପ୍ରତେକଟି ପରିବାରକୁ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ରାଶି ଦେବେ ସରକାର ।

୫-କିସାନ ସମ୍ମାନ ନିଧି ଯୋଜନା ପଶ୍ଚିମବଙ୍ଗରେ ଲାଗୁ କରାଯିବ ।

୬-ରାଜ୍ୟରେ ତିନୋଟି ଏମ୍ସ ପ୍ରତିଷ୍ଠା କରାଯିବ ।

୭-ମହିଳାଙ୍କ ଲାଗି କରାଯିବ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା ।

୮-ସରକାର ଗଠନ ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ।

୯-ବିଧବା ଭତ୍ତା ୩୦୦୦ରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।

୧୦-ସୋନାର ବାଙ୍ଗଲା ଗଠନ ଲାଗି ୧୧୦୦୦ କୋଟି ଟଙ୍କାର ଫଣ୍ଡର ବ୍ୟବସ୍ଥା କରାଯିବ ।

୧୧-ରାଜନୈତିକ ହିଂସା ପୀଡିତଙ୍କୁ ମିଳିବ ସହାୟତା ।

୧୨-ଜାତିସଙ୍ଘରେ ବଙ୍ଗଳାକୁ ଅଧିକାରିକ ଭାଷାର ମାନ୍ୟତା ଲାଗି କରାଯିବ ପ୍ରୟାସ ।

୧୩-କୋଲକାତାର ଦୁର୍ଗାପୂଜାକୁ ସାରା ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଲାଗି ପ୍ରୟାସ କରାଯିବ ।

୧୪-ଧାର୍ମିକ ସ୍ଥଳର ବିକାଶ ଲାଗି ଶହେ କୋଟି ଟଙ୍କାର ବ୍ୟବସ୍ଥା ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ସିଟରେ ନିର୍ବାଚନ ହେବାକୁ ଯାଉଛି। ମୋଟ ଆଠୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରେ ହେବାକୁ ଥିବା ବେଳେ ଶେଷ ଚରଣ ମତଦାନ ୨୯ ଏପ୍ରିଲରେ ହେବ। ଏହା ସହ ୨ ମେ’ରେ ନିର୍ବଚନ ଫଳାଫଳ ପ୍ରକାଶ ପାଇବ।

Exit mobile version