ସୋହେଲା ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ବରଗଡ଼  :- ବିଜୁ ଯୁବ ଜନତା ଦଳ ସୋହେଲା ବ୍ଲକ ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତସୁଶାନ୍ତସିଂହ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୁବନେତା ଶ୍ରୀଯୁକ୍ତ ସୁବ୍ରତ ସିଂହ ଯୋଗଦେଇ ନିଜେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ବାରା ୧୩୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ଜିଲ୍ଳାପରିଷଦ ସଭ୍ଯ ସୁବ୍ରତ ବେହେରା,OMPର ଗୌରହରି ମିଶ୍ର, ଜୀବନ ବିନ୍ଦୁର ଅଶ୍ବିନୀ ତ୍ରିପାଠୀ,ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ବ୍ଳକ ଅଧ୍ୟକ୍ଷ ଜୀବର୍ଧନ ବରିହା,ରାହୁଲ ସାହୁ,ନିଲୁ ଝାଙ୍କର, ହିରୋ ମାଝୀ,ସୁରେଶ ବାଗ,ପ୍ରକାଶ ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା, ସହଯୋଗୀ ଏବଂ ଆୟୋଜକ ବନ୍ଧୁ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ ।  ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version